ଭାରତ

ଚଳିତ ବର୍ଷ ସ୍ୱାଭାବିକ ରହିବ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରଭାବ

(ଦିଲ୍ଲୀ) : ଦେଶରେ ଚଳିତବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ରହିବ ବୋଲି ସ୍କାଏମେଟ୍‌ ୱେଦର ଫୋରକାଷ୍ଟ ପୂର୍ବାନୁମାନ କରିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ଯୋଗୁ ପ୍ରତ୍ୟେକ ବର୍ଷ ଜୁନରୁ ସେପ୍ଟେମ୍ବର ମଧ୍ୟରେ ଦେଶରେ ବର୍ଷା ହୋଇଥାଏ । ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରଭାବ ସ୍ୱାଭାବିକ ରହିବ ବୋଲି ସ୍କାଏମେଟ୍‌ ପୂର୍ବାନୁମାନ କରିଛି ।

ସୂଚନାନୁଯାୟୀ , ଗତ ୨ ବର୍ଷ ହେବ ଲଗାତର ଭାବେ ମୌସୁମୀ ଲା ନିନା ଦ୍ୱାରା ପ୍ରଭାବିତ ହେଉଛି । କିନ୍ତୁ ଏବର୍ଷ ମୌସୁମୀ ଉପରେ ଲା ନିନାର ବିଶେଷ ପ୍ରଭାବ ରହିବ ନାହିଁ । ମଧ୍ୟ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ତାପମାତ୍ରା ଖୁବଶୀଘ୍ର ବୃଦ୍ଧି ପାଇବାର ସମ୍ଭାବନା ରହିଛି । ସଂଖ୍ୟା ଦୃଷ୍ଟିରୁ ଦେଖିଲେ ମଧ୍ୟ ଲଗାତର ଭାବେ ୩-୩ ଥର ଲା ନିନା ହେବା ଘଟଣା ଯଥେଷ୍ଟ କମ୍‌ । ଏଣୁ ଗଲା ୨ ବର୍ଷ ହୋଇଥିବାରୁ ଏ ବର୍ଷ ଦେଶରେ ଲା ନିନା ରହିବ ନାହିଁ ।

 

Related posts

ପୁଣି ବିଷବଳୟ ଭିତରେ ରାଜଧାନୀ ଦିଲ୍ଲୀ

mahabharatanews

ବିପଦ ସମୟର ବନ୍ଧୁ ହିଁ ହେଉଛନ୍ତି ପ୍ରକୃତ ବନ୍ଧୁ

mahabharatanews

ଅଯୋଧ୍ୟାକୁ ଆସିଲା ଏକ ସ୍ୱତନ୍ତ୍ର ରଥ  

mahabharatanews