ଓଡିଶା

ପ୍ରବଳ ଖରା: ସମ୍ବଲପୁରରେ ୪୩.୨ ଡିଗ୍ରି ରେକର୍ଡ

(ଭୁବନେଶ୍ୱର) :  ପ୍ରଚଣ୍ଡ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ପଶ୍ଚିମ ଓଡ଼ିଶାବାସୀଙ୍କୁ ହସ୍ତସନ୍ତ କରୁଥିବା ବେଳେ ଉପକୂଳବାସୀଙ୍କୁ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଛି। ସୋମବାର ଦିନ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ସମ୍ବଲପୁରଠାରେ ୪୩.୨ ଡିଗ୍ରି ଓ ବୌଦ୍ଧଠାରେ ୪୩.୦ ଡିଗ୍ରି ରେକର୍ଡ ହୋଇଛି। ଆଜି ରାଜଧାନୀ ଭୁବନେଶ୍ବରର ପାଗ ଆଂଶିକ ମେଘୁଆ ରହିବ। ଅପରାହ୍ନ ଆଡ଼କୁ ବର୍ଷା ସମ୍ଭାବନା ରହିଛି।

ସୂଚନାନୁଯାୟୀ , ଏହାସହ ୧୩ ସହରର ତାପମାତ୍ରା ୪୦ ଡିଗ୍ରି ପାର୍‌ କରିଛି। ସୋମବାର ଦିନ ଭୁବନେଶ୍ବରର ତାପମାତ୍ରା ୩୮.୮ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଆର୍ଦ୍ରତା ୬୫% ରହିଥିବାରୁ ତାପମାତ୍ରା ପାଖାପାଖି ୪୫ ଡିଗ୍ରି ଯାଏ ଅନୁଭୂତ ହୋଇଥିଲା। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନର ତାପମାତ୍ରା ୪୨ ଡିଗ୍ରି ଉପରେ ରହିବ। ମଙ୍ଗଳବାର ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲ‌ାରେ କାଳବୈଶାଖୀଜନିତ ବର୍ଷା ସମ୍ଭାବନା ରହିଛି।

Related posts

ଗଜପତିଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ

mahabharatanews

ପାରାଦ୍ୱୀପ ୟୁନିଟ ଟ୍ରଷ୍ଟ୍ ପକ୍ଷରୁ ନିରାଶ୍ରୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

mahabharatanews

ଆଜି ଠାରୁ +୨ ନାମ ଲେଖା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ

mahabharatanews