Uncategorized

 ମୌସୁମୀ ଅଧିବେଶନ ଆରମ୍ଭ 

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବ ମୌସୁମୀ ଅଧୀବେଶନ । ଏହି ଅଧିବେଶନ ୧୯ ଜୁଲାଇରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଏହି ଅଧିବେଶନ ମୋଟ ୧୯ ଦିନର କାର୍ଯ୍ୟ ଦିବସ ସହ ଅନୁଷ୍ଠିତ ହେବ । ଅଧିବେଶନରେ ସରକାର ୨୯ଟି ବିଧେୟକ ଆଗତ କରିବାକୁ ଯୋଜନା ପ୍ରସ୍ତୁତ କରିଥିବା ବେଳେ ୬ଟି ଅଧ୍ୟାଦେଶକୁ ଆଇନର ରୂପ ଦିଆଯିବ । ଅନ୍ୟପଟେ ବିରୋଧୀ ସରକାରକୁ ଘେରିବାକୁ ଏକାଧିକ ପ୍ରସଙ୍ଗରେ ପ୍ରସ୍ତୁତ ରହିଛନ୍ତି । ବିଶେଷ କରି ତୈଳ ଦର ବୃଦ୍ଧିକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିବେ ବିରୋଧୀ । କୋଭିଡ୍ ଦ୍ୱିତୀୟ ଲହର ପରିଚାଳନା ଓ ଟୀକା ଅଭାବ ପ୍ରସଙ୍ଗକୁ ଉଠାଇ ବିରୋଧୀ ସରକାରକୁ ଘେରିବାକୁ ଯୋଜନା ପ୍ରସ୍ତୁତ କରିଥିବା ଜଣାପଡିଛି । ଏହା ବ୍ୟତୀତ କୃଷି ଆଇନ୍ ଓ ଚାଷୀ ଆନ୍ଦୋଳନକୁ ମଧ୍ୟ ଉଠାଇବେ । ବିରୋଧୀର ମୁକାବିଲା ପାଇଁ ଏନଡିଏ ବି ପ୍ରସ୍ତୁତ ଥିବା କୁହାଯାଉଛି।

 

Related posts

ଜେଏନୟୁ ହିଂସା ପ୍ରମାଣ ସଂରକ୍ଷିତ ରଖିବାକୁ ଦିଲ୍ଲୀ ହାଇକୋର୍ଟରେ ପିଟିସନ

mahabharatanews

ଦେଶର ପ୍ରଥମ କରୋନା ରୋଗୀ ପୁଣି ସଂକ୍ରମିତ

mahabharatanews

ଭାରତ ମହାସାଗରରେ ଚୀନର ଯୁଦ୍ଧ ଜାହାଜ ମୁତୟନ

mahabharatanews