Uncategorized

ମା ମାରିଦେଲା ଦୁଇ ପୁଅଙ୍କୁ

ସୂର୍ଯ୍ୟପେତ: ତେଲେଙ୍ଗାନା ରାଜ୍ୟର ସୂର୍ଯ୍ୟପେତ ଅଞ୍ଚଳର ଜଣେ ମହିଳା ସ୍ୱାମୀଙ୍କ ମଦ ପିଇବାକୁ ନେଇ ଅତିଷ୍ଠ ହେବା ପରେ ନିଜ ୨ ପିଲାଙ୍କୁ ନଦୀକୁ ଫିଙ୍ଗି ହତ୍ୟା କରିଛି । ପୁଲିସ ଅନୁଯାୟୀ, ଅଭିଯୁକ୍ତା ନାଗାମଣି ୧୫ ପୂର୍ବେ ପ୍ରଶାନ୍ତଙ୍କୁ ବିବାହ କରିଥିଲା ଓ ଉଭୟ ସୂର୍ଯ୍ୟପତ ଅଞ୍ଚଳରେ ବିଗତ ୮ ବର୍ଷ ହେବ ବାସ କରୁଥିଲେ । ସେମାନଙ୍କର ୨ ଦୁଇ ପୁଅ ଥିଲେ ଜ୍ୟୋତି (୮) ଓ ହର୍ଷବର୍ଦ୍ଧନ (୬) । ସ୍ୱାମୀର ମଦ ପିଇବାକୁ ନେଇ ସେମାନଙ୍କ ମଧ୍ୟରେ ନିୟମିତ ଭାବେ ଝଗଡାଝାଣ୍ଟି ହେଉଥିଲା । ଗତକାଲି ରାତିରେ ମଧ୍ୟ ଉଭୟଙ୍କ ମଧ୍ୟରେ ଜୋରଶୋର ଝଗଡା ହୋଇଥିଲା । ଏହା ପରେ ନାଗାମଣି ରାଗ ଜର୍ଜରିତ ଅବସ୍ଥାରେ ଦୁଇ ପିଲାଙ୍କୁ ସାଙ୍ଗରେ ନେଇ ପାଖରେ ଥିବା ନଦୀକୁ ଫିଙ୍ଗି ଦେଇଥିଲା । ଉଭୟ ସନ୍ତାନଙ୍କର ମୃତ୍ୟୁ ହୋଇଛି । ପୁଲିସ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଇନିଷ୍ପେକ୍ଟର ଅଞ୍ଜନେ ୟୁଲୁ କହିଛନ୍ତି ଅଟୋସ୍ପି ରିପୋର୍ଟ ଆସିବା ପରେ ପିଲାମାନଙ୍କ ମୃତ୍ୟୁର ପ୍ରକୃତ ତଥ୍ୟ ଜଣାପଡିବ । ଏଥିସହ ସେ ଆହୁରି କହିଛନ୍ତି, ଅଭିଯୁକ୍ତ ପିଲାଙ୍କ ହତ୍ୟା କରି ସେଠାରୁ ଫେରାର ହୋଇଯାଇଛି । ସେ ଧରାପଡିଲେ ହତ୍ୟା ପଛର ପ୍ରକୃତ କାରଣ ଜଣାପଡିବ । ତେବେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Related posts

କରୋନା ଆତଙ୍କ: ୧୪ ତମ ସ୍ଥାନରେ ଭାରତ

mahabharatanews

ଯୋଗୀଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲଂଘନ ଅଭିଯୋଗ

mahabharatanews

କବୟିତ୍ରୀ ସବିତା ମହରା କବିତା ସଂକଳନ “ସମ୍ମୋହନ” ର ଶୁଭ ଲୋକାର୍ପଣ ସମାରୋହ ଅନୁଷ୍ଠିତ

mahabharatanews