Uncategorized

ରାଜ୍ୟସଭାର ଦ୍ୱିତୀୟ ଇଂନିସ ଆରମ୍ଭ କଲେ ସସ୍ମିତ

ନୂଆଦିଲ୍ଲୀ: ରାଜ୍ୟସଭାରେ ଦ୍ୱିତୀୟ ଇଂନସ ଆରମ୍ଭ କଲେ ଡ. ସସ୍ମିତ ପାତ୍ର। ସୋମବାର ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁଙ୍କ ଉପସ୍ଥିତିରେ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ। ଡ. ପାତ୍ର ପ୍ରଥମେ ୨୮ ଜୁନ ୨୦୧୯ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ନିଜର ପ୍ରଥମ ପାଳିରେ ୨ ବର୍ଷ ଲାଗି କାର୍ଯ୍ୟ କରିଥିଲେ। ସୂଚନା ଅନୁସାରେ ଜୁଲାଇ ୨୪, ୨୦୨୦ରେ ଡଃ ପାତ୍ର ରାଜ୍ୟସଭାର ଉପାଧ୍ୟକ୍ଷ ପ୍ୟାନେଲକୁ ମନୋନୀତ ହୋଇଥିଲେ। ୨୦ ବର୍ଷ ମଧ୍ୟରେ ପ୍ୟାନେଲରେ ମନୋନୀତ ହୋଇଥିବା ପ୍ରଥମ ଓଡିଆ ସାଂସଦ ବୋଲି ଜଣାପଡିଛି। ରବିବାର ତାଙ୍କୁ ପୁର୍ନବାର ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲକୁ ମନୋନୀତ କରାଯାଇଛି। ଡ ପାତ୍ର ଆସନ୍ତା ୨୦୨୮ ପର୍ଯ୍ୟନ୍ତ (ଯଦି ଇସ୍ତଫା ନ ଦିଅନ୍ତି) ୬ ବର୍ଷ ଲାଗି କାର୍ଯ୍ୟ କରିବେ। ଓଡି଼ଶାରୁ ରାଜ୍ୟସଭା ଲାଗି ୩ଟି ଆସନ ଖାଲି ହୋଇଥିଲା। ଏଥିଲାଗି ମାନସ ମଙ୍ଗରାଜ, ସୁଲତା ଦେଓ ଓ ଡ. ସସ୍ମିତ ପାତ୍ର ନିର୍ବାଚିତ ହୋଇଥିଲେ। ମାନସ ମଙ୍ଗରାଜ ଓ ସୁଲତା ଦେଓ ପୂର୍ବରୁ ଶପଥ ନେଇ ସାରିଥିବାବେଳେ ସୋମବାର ଡ. ପାତ୍ର ଶପଥ ନେଇଥିଲେ।

Related posts

ହଂକଂ ପ୍ରସଙ୍ଗ: ଚୀନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆମେରିକାରେ ବିଧେୟକକୁ ମଞ୍ଜୁରୀ

mahabharatanews

ବନ୍ୟା ବିତ୍ପାତ ପାଇଁ ଜିଲ୍ଲା ପ୍ରଶାସନ ବିରୋଧରେ ତେଜୁଛି ଅସନ୍ତୋଷ

mahabharatanews

ଟ୍ରାକ୍ଟର ରାଲିରେ ହିଂସା ପଛରେ  ପଞ୍ଜାବୀ ଅଭିନେତାଙ୍କ ହାତ

mahabharatanews