ଭାରତ

ବିମାନବନ୍ଦରରୁ ବିପୁଳ ପରିମାଣର ସୁନା ଜବତ

(ଭୁବନେଶ୍ବର) : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୁଣି ଜବତ ହୋଇଛି ବିପୁଳ ପରିମାଣର ସୁନା। ମୁମ୍ବାଇ ଚାଲାଣ ହେଉଥିବା ବେଳେ ଆୟକର ବିଭାଗ ଚଢ଼ଉ କରି ଡୋମେଷ୍ଟିକ୍‌ କାର୍ଗୋ ଟର୍ମିନାଲ୍‌ରୁ ୩.୮କେଜି ଓଜନର ସୁନା ଜବତ କରିବା ସହ ଚାଲାଣକାରୀକୁ ଅଟକ ରଖିଛି। ଜବତ ସୁନାର ମୂଲ୍ୟ ୨.୫ କୋଟିରୁ ଊର୍ଦ୍ଧ୍ବ ହେବ। ଅଟକ ଚାଲାଣକାରୀ ହେଉଛନ୍ତି ।

ଅନ୍ୟପଟେ ଏହି ସୁନା ୧୧୮, କାଂସରା ଚାୱଲ କଲ୍‌ବାଦେବୀ ରୋଡ୍‌, ମୁମ୍ବାଇରେ ଥିବା ସଂସ୍ଥାର ମୁଖ୍ୟାଳୟକୁ ଯା‌ଉଥିଲା ବୋଲି ଅଟକ ଥିବା ସେଲ୍ସ ମ୍ୟାନେଜର ଆୟକର ବିଭାଗକୁ କହିଛନ୍ତି। ସେଠାରେ ଏହି ସୁନାରେ ଗହଣା ପ୍ରସ୍ତୁତ ହୋଇ ଆସିଥା’ନ୍ତା‌। ଜନପଥରେ ଥିବା ଏହି ସୋ’ ରୁମ୍‌ ସହ ମୁମ୍ବାଇର ମୁଖ୍ୟାଳୟ କୁହାଯାଉଥିବା ସୋ’ ରୁମ୍‌ର କଣ ସମ୍ପର୍କ ରହିଛି ତାହା ମଧ୍ୟ ଆୟକର ବିଭାଗ ତଦନ୍ତ ପରିସରକୁ ଆଣିବ ବୋଲି ଜଣାପଡ଼ିଛି। ତେବେ ଏହି ଘଟଣା ପଛରେ ରାଜନୈତିକ କାରଣ ଥିବା ସନ୍ଦେହ କରାଯାଉଛି।

Related posts

ଶପଥ ନେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ

mahabharatanews

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ଦମଦାର ବିଜୟ

mahabharatanews

ଜୁନରେ ଦେଶରେ କୋଭିଡ୍-୧୯ର ଚତୁର୍ଥ ଲହର ଆରମ୍ଭ !

mahabharatanews