ଶ୍ରୀନଗର: କାଶ୍ମୀର ପଣ୍ଡିତ ମହିଳାଙ୍କ ଅନ୍ତିମ ସଂସ୍କାର କରି କାଶ୍ମୀର ମୁସଲମାନ ସମ୍ପ୍ରଦାୟ କାଶ୍ମୀର ଭାବନାକୁ ଉଦ୍ଜୀବିତ ରଖିଛନ୍ତି । କାଶ୍ମୀର ପଣ୍ଡିତ ମହିଳାଙ୍କ ଅର୍ଥିକୁ କାନ୍ଧ ଦେଇ ସମସ୍ତ ସାମାଜିକ ପ୍ରତିବନ୍ଧକକୁ ତୁଚ୍ଛ କରି ଦେଇଛନ୍ତି କାଶ୍ମୀର ମୁସଲମାନମାନେ ।
ବନ୍ଦିପୋରା ଜିଲ୍ଲାର ଅଜର ଅଞ୍ଚଳରେ ରହୁଥିବା ବୃଦ୍ଧା ଜୟ କିଶୋରୀ ଭଟ (୮୦)ଙ୍କ ମୃତ୍ୟୁ ହୋଇଥିଲା । ଏହି ଖବର ପାଇ ତାଙ୍କ ପରିବାରକୁ ସାହାଯ୍ୟ କରିବାକୁ ନିକଟବର୍ତ୍ତୀ ମୁସଲମାନ ପଡୋଶୀମାନେ ତାଙ୍କ ଘରେ ପହଁଚି ଯାଇଥିଲେ । ଏହା ପରେ ତାଙ୍କ ମୃତଦେହକୁ କାନ୍ଧ ଦେବା ସହ ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ । ଏସମ୍ପର୍କରେ ମୁସଲମାନ ସମ୍ପ୍ରଦାୟର ନମ୍ବରଦାର ଗୁଲାମ ସେଖ କହିଛନ୍ତି, ବୃଦ୍ଧାଙ୍କ ଅନ୍ତିମ ସଂସ୍କ।।ରରେ ସାମିଲ ହେବା ତାଙ୍କ କର୍ତ୍ତବ୍ୟ ।
ସୂଚନା ଯୋଗ୍ୟ, ଅଜର ଅଞ୍ଚଳର ଏମିତି ଅନେକ କାଶ୍ମୀର ପଣ୍ଡିତ ପରିବାର ରହିଛନ୍ତି, ଯେଉଁମାନେ ୯୦ ଦଶକରେ ଘଟି ଛାଡି ଯାଇନ ଥିଲେ । ଆଜି ମଧ୍ୟ ସେଠାରେ ଭାଇଚାରା ଉଭୟ ସମ୍ପ୍ରଦାୟ ମଧ୍ୟରେ ରହିଛି ।
previous post
