ଓଡିଶା

ନବ ଦାସ ହତ୍ୟା ମାମଲା: କୋର୍ଟରେ ହାଜର ହେଲା ଗୋପାଳ

(ଭୁବନେଶ୍ୱର) :  ବିଜେଡି  ନେତା ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ଝାରସୁଗୁଡ଼ା ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ହାଜର ହୋଇଛି । ଗତକାଲି ବିଳମ୍ବିତ ରାତିରେ ଗୋପାଳକୁ ଚୌଦ୍ୱାର ଜେଲରୁ ଝାରସୁଗୁଡ଼ା ନିଆ ଯାଇଥିଲା । ଗତ ୧୩ ତାରିଖରେ ଗୋପାଳକୁ ଝାରସୁଗୁଡ଼ା ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯାଇଥିଲା । ବୁଧବାର ଜିଲ୍ଲା ଜଜଙ୍କ କୋର୍ଟରେ ଗୋପାଳର ପ୍ରଥମ ହାଜର ହେବା ପରେ ମାମଲା ଏଡିଜେ କୋର୍ଟକୁ ସ୍ଥାନାନ୍ତର ହୋଇଥିଲା ।

ସୂଚନାନୁଯାୟୀ , ଗତ ଜାନୁଆରୀ ୨୯ ତାରିଖରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା । ଅଭିଯୁକ୍ତ ଗୋପାଳକୁ ଘଟଣାସ୍ଥଳରୁ ପିସ୍ତଲ ସହ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା । ଅଭିଯୁକ୍ତ ଗୋପାଳ ବର୍ତ୍ତମାନ ଜେଲରେ ଦିନ କାଟୁଛି ।

 

 

Related posts

ସାମାନ୍ୟ ତ୍ରୁଟି ନେଇଯାଇଛି ଦୁଇଟି ମୂଲ୍ୟବାନ ଜୀବନ

mahabharatanews

ଆଉ ଚଳିବ ନାହିଁ ଆଇଓସିଏଲର ମନମାନୀ: ଜମିହରା ପରିବାର

mahabharatanews

ସମ୍ପର୍କୀୟ ଦିଅର-ଭାଉଜଙ୍କ ମୃତଦେହ ଉଦ୍ଧାର, ପ୍ରେମ ସମ୍ପର୍କରୁ ଆତ୍ମହତ୍ୟା ସନ୍ଦେହ

mahabharatanews