ମନୋରଞ୍ଜନ

ପରଲୋକରେ କଣ୍ଠଶିଳ୍ପୀ ସୁରିନ୍ଦର ସିନ୍ଦା

(ପଞ୍ଜାବ) : ଆଖି ବୁଜିଲେ ପଞ୍ଜାବ ସିନେମା ଜଗତର ଅନ୍ୟତମ କଣ୍ଠଶିଳ୍ପୀ ସୁରିନ୍ଦର ସିନ୍ଦା।  ଅନେକ ଦିନ ହେବ ମୃତ୍ୟୁ ସହ ସଂଘର୍ଷ କରିକରି ଶେଷରେ ହାରିଯାଇଛନ୍ତି କଣ୍ଠଶିଳ୍ପୀ ସୁରିନ୍ଦର ସିନ୍ଦା। ମୃତ୍ୟୁ ବେଳକୁ ତାଙ୍କୁ  ୬୪ ବର୍ଷ ହୋଇଥିଲା । ତେବେ ସେ ଲୁଧିୟାନାର ଡିଏମସିଏଚ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

ସୂଚନାନୁଯାୟୀ , କଣ୍ଠଶିଳ୍ପୀ ସୁରିନ୍ଦର ସିନ୍ଦା ଗତ ଏକମାସ ହେବ ଭେଣ୍ଟିଲେଟରରେ ଥିଲେ। କିଛିଦିନ ପୂର୍ବରୁ ତାଙ୍କର ଏକ ସାଧାରଣ ଅସ୍ତ୍ରୋପଚାର ହୋଇଥିଲା। ଦୁର୍ଭାଗ୍ୟବଶତଃ ଏହି ଅସ୍ତ୍ରୋପଚାର ପରେ ସୁରିନ୍ଦର  ସଂକ୍ରମଣର ଶିକାର ହୋଇଥିଲେ। କଣ୍ଠଶିଳ୍ପୀଙ୍କୁ ନିଶ୍ବାସ ନେବାରେ ଅସୁବିଧା ହୋଇଥିଲା। ତେଣୁ ତାଙ୍କୁ ସଙ୍ଗେସଙ୍ଗେ ଭେଣ୍ଟିଲେଟରରେ ରଖାଯାଇଥିଲା। ପରେ ସୁରିନ୍ଦରଙ୍କୁ ଡିଏମସିଏଚ, ଲୁଧିୟାନା ସ୍ଥାନାନ୍ତର କରି ଦିଆଯାଇଥିଲା। ଏଠାରେ ଡାକ୍ତର ଅନେକ ଚେଷ୍ଟା କରିଥିଲେ ମଧ୍ୟ ସୁଫଳ ମିଳିନଥିଲା ।

Related posts

ପ୍ରଥମ ଥର ପରଦାରେ ଏକାଠି ନଜର ଆସିବେ କଙ୍ଗନା ରଣାୱତ୍ ଓ ସାଉଥର ବିଜୟ ସେତୁପତି

mahabharatanews

ଖିଲାଡୀ ବୟଙ୍କ ଚଳଚ୍ଚିତ୍ର ‘ମିଶନ ରାନିଗଞ୍ଜ’ର ଟ୍ରେଲର ରିଲିଜ 

mahabharatanews

ପରଦାକୁ ଆସିଲା ‘ଦ କେରଳ ଷ୍ଟୋରି’

mahabharatanews