ଓଡିଶା

ନବ ଦାସ ହତ୍ୟା ମାମଲା;  ୨୧ରେ ହେବ ପରବର୍ତୀ ଶୁଣାଣି 

(ଭୁବନେଶ୍ୱର) : ନବ ଦାସ ହତ୍ୟା ମାମଲାରେ ADJ କୋର୍ଟରେ ହାଜର ହୋଇଛି ଅଭିଯୁକ୍ତ ଗୋପାଳ । ଉକ୍ତ ପିଟିସନର ଶୁଣାଣି ଆରମ୍ଭ ହେବ । ସେପଟେ, ଗୋପାଳକୁ ପୁଣି ଥରେ ଚୌଦ୍ୱାରକୁ ନିଆଯାଇଛି । ମାମଲାର ପରବର୍ତୀ ଶୁଣାଣି ଆସନ୍ତା ୨୧ ତାରିଖରେ ହେବ ।

 ସୂଚନାନୁଯାୟୀ , ପୂର୍ବରୁ ଗୋପାଳ ନାଁ ରେ କ୍ରାଇମବ୍ରାଞ୍ଚ କରିଥିବା ଅଭିଯୋଗ ପତ୍ର ଗତ ଜୁଲାଇ 26 ତାରିଖରେ ସେସନ୍ସ କୋର୍ଟରେ ଦାଖଲ ସମୟରେ ଗୋପାଳ ଦାସକୁ କୋର୍ଟରେ ହାଜର କରାଯାଇଥିଲା । ସେହିଦିନ ଏହି ମାମଲାର ଶୁଣାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କରିବେ ବୋଲି ସେସନ୍ସ ଜଜ ନିର୍ଦ୍ଦେଶ ଦେଇଥିଲେ । ଗୋପାଳ ନାଁରେ ଚାର୍ଜଫ୍ରେମ କରିବାକୁ ଅଦାଲତ ଦିନ ଧାର୍ଯ୍ୟ କରିଥିଲେ । ସେଥିପାଇଁ କଡା ସୁରକ୍ଷା ବଳୟରେ ଆଜି ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ସକାଳୁ ଚୌଦ୍ୱାର ଜେଲରୁ ଝାରସୁଗୁଡା ଅଣାଯାଇଥିଲା ।

Related posts

ରାଜ୍ୟରେ ଆଉ ୧୫ ଜୀବନ ନେଲା କରୋନା

mahabharatanews

ସ୍ୱାମୀ ସ୍ତ୍ରୀ ମେଡିକାଲରୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଗଲା କାର୍; ଜଣେ ମୃତ

mahabharatanews

ଅନଲାଇନରେ ମହାପ୍ରସାଦ ବିକ୍ରି ପ୍ରସଙ୍ଗକୁ ନେଇ ସିଂହଦ୍ୱାର ଥାନାରେ ଏତଲା

mahabharatanews