ଓଡିଶା

ସରୋଜର ନାର୍କୋଟିକ ଟେଷ୍ଟ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ନାବାଳିକା ପରୀ ହତ୍ୟା ଘଟଣାରେ ଅଧିକ ତଦନ୍ତ ପାଇଁ ଅଭିଯୁକ୍ତ ସରୋଜ ସେଠୀ ସରୋଜର ନାର୍କୋ ଆନାଲିସିସ୍ ଟେଷ୍ଟ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଏନେଇ ଏସଆଇଟି ପକ୍ସୋ କୋର୍ଟରେ ଆବେଦନ କରିଛି । ଆସନ୍ତାକାଲି କୋର୍ଟ ଏହି ମାମଲାର ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି । ଅନ୍ୟ ପଟେ କୋର୍ଟରେ ସରୋଜର ଓକିଲ ତାକୁ ନାବାଳକ ଭାବେ ଗ୍ରହଣ କରିବାକୁ ଆବେଦନ କରିଛନ୍ତି । ଏନେଇ ଓକିଲ ସରୋଜର ମାଟ୍ରକ ସାର୍ଟିଫିକେଟ, ଜନ୍ମ ପ୍ରମାଣପତ୍ର ଆଦି କୋର୍ଟରେ ଉପସ୍ଥାନ କରିଛନ୍ତି । ଏହି ମାମଲାର ଆଜି କୋର୍ଟ ଶୁଣାଣି କରିଥିଲେ ମଧ୍ୟ ଆସନ୍ତା କାଲି ପର୍ଯ୍ୟନ୍ତ ରାୟକୁ ସଂରକ୍ଷିତ ରଖିଛନ୍ତି । ସରୋଜର ମା’ଙ୍କୁ ମଧ୍ୟ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

 

Related posts

ମହାନଦୀରେ ବିରଳ ଘଡ଼ିଆଳ ମା’ କୁମ୍ଭୀର

mahabharatanews

ଗଞ୍ଜେଇ ଚେରା ଚାଲାଣ ମାମଲାରେ୧୦ବର୍ଷ ଜେଲ

mahabharatanews

ଚାଷୀଙ୍କ ଧାନ ପୋଲରେ ନିଆଁ ଲଗାଇ ଦୁର୍ବୃତ୍ତ ଫେରାର

mahabharatanews