ରାଜନୀତି

ସୋରେନଙ୍କ ଶପଥ ଗ୍ରହଣ ପୁର୍ବରୁ ମାଓବାଦୀଙ୍କ ବିସ୍ଫୋରଣ

(ମହାଭାରତ / ମଧୁସ୍ମିତା ତ୍ରିପାଠୀ ): ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବରେ ହେମନ୍ତ ସୋରେନ ରବିବାର ଦିନ ଶପଥ ନେବା ପୂର୍ବରୁ ମାଓବାଦୀମାନେ ବିସ୍ଫୋରଣ ଘଟାଇ ଏକ ନିର୍ମାଣାଧୀନ ହସ୍ପିଟାଲ ଘରକୁ ଉଡାଇ ଦେଇଛନ୍ତି । ଶନିବାର ବିଳମ୍ବିତ ରାତିରେ ଖୁଣ୍ଟି ଜିଲ୍ଲାର ଉଡକୀ ଥାନା ଅଧିନରେ ଥିବା ସେଲଦା ଗାଁରେ ଡିନାମାଇଟ୍ ଜରିଆରେ ଏପରି କାଣ୍ଡ ଘଟାଇଛନ୍ତି । ରାଜ୍ୟରେ ନୂତନ ସରକାର ଗଠନକୁ ଚ୍ୟାଲେଞ୍ଜ କରି ମାଓବାଦୀ ଏଭଳି କାର୍ଯ୍ୟକଳାପ କରିଛନ୍ତି ବୋଲି ଜଣାପଡିଛି । ତେବେ ବିସ୍ଫୋରଣ ମାତ୍ରା ଏତେ ତୀବ୍ର ଥିଲା ଯେ, ଏଠାରେ ହସ୍ପିଟାଲ ପାଇଁ ନିର୍ମାଣାଧୀନ ଥିବା କୋଠାଟି ସମ୍ପୂର୍ଣ୍ଣ ଭୂଶୁଡି ପଡିଛି । ଡିନାମାଇଟ୍ ଜରିଆରେ ବିସ୍ଫୋରଣ ଘଟାଇବା ପରେ ମାଓବାଦୀମାନେ ସେଲଦା ଗାଁର ବିଭିନ୍ନ ଘରର କାନ୍ଥରେ ପୋଷ୍ଟର ମାରିଥିବା ଦେଖିବାକୁ ମିଳିଛି । ଯେଉଁଥିରେ ସେମାନେ ନୂଆ ସରକାରକୁ ବିରୋଧ କରିବା ସହ ସ୍କୁଲରେ ଥିବା ପୋଲିସ କ୍ୟାମ୍ପକୁ ହଟାଇବା ପାଇଁ କହିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related posts

“ରାଜ୍ୟ ସରକାରଙ୍କ ଇନପୁଟ୍ ସବସିଡି ଘୋଷଣା ନିର୍ବାଚନ ଭୟରେ ଏକ ପ୍ରହେଳିକା” – ପୃଥ୍ୱୀରାଜ ହରିଚନ୍ଦନ

mahabharatanews

ନବରଙ୍ଗପୁର କଂଗ୍ରେସର ମହାସଂକଳ୍ପ ସମାବେଶରେ କହ୍ନେୟା କୁମାର

mahabharatanews

କଙ୍ଗନାଙ୍କ ନାମରେ ଡ୍ରଗ୍ସ ନେଉଥିବା ଅଭିଯୋଗ ଆଣିଲା ମହାରାଷ୍ଟ୍ର ସରକାର

mahabharatanews