ରାଜନୀତି

ସୋରେନଙ୍କ ଶପଥ ଗ୍ରହଣ ପୁର୍ବରୁ ମାଓବାଦୀଙ୍କ ବିସ୍ଫୋରଣ

(ମହାଭାରତ / ମଧୁସ୍ମିତା ତ୍ରିପାଠୀ ): ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବରେ ହେମନ୍ତ ସୋରେନ ରବିବାର ଦିନ ଶପଥ ନେବା ପୂର୍ବରୁ ମାଓବାଦୀମାନେ ବିସ୍ଫୋରଣ ଘଟାଇ ଏକ ନିର୍ମାଣାଧୀନ ହସ୍ପିଟାଲ ଘରକୁ ଉଡାଇ ଦେଇଛନ୍ତି । ଶନିବାର ବିଳମ୍ବିତ ରାତିରେ ଖୁଣ୍ଟି ଜିଲ୍ଲାର ଉଡକୀ ଥାନା ଅଧିନରେ ଥିବା ସେଲଦା ଗାଁରେ ଡିନାମାଇଟ୍ ଜରିଆରେ ଏପରି କାଣ୍ଡ ଘଟାଇଛନ୍ତି । ରାଜ୍ୟରେ ନୂତନ ସରକାର ଗଠନକୁ ଚ୍ୟାଲେଞ୍ଜ କରି ମାଓବାଦୀ ଏଭଳି କାର୍ଯ୍ୟକଳାପ କରିଛନ୍ତି ବୋଲି ଜଣାପଡିଛି । ତେବେ ବିସ୍ଫୋରଣ ମାତ୍ରା ଏତେ ତୀବ୍ର ଥିଲା ଯେ, ଏଠାରେ ହସ୍ପିଟାଲ ପାଇଁ ନିର୍ମାଣାଧୀନ ଥିବା କୋଠାଟି ସମ୍ପୂର୍ଣ୍ଣ ଭୂଶୁଡି ପଡିଛି । ଡିନାମାଇଟ୍ ଜରିଆରେ ବିସ୍ଫୋରଣ ଘଟାଇବା ପରେ ମାଓବାଦୀମାନେ ସେଲଦା ଗାଁର ବିଭିନ୍ନ ଘରର କାନ୍ଥରେ ପୋଷ୍ଟର ମାରିଥିବା ଦେଖିବାକୁ ମିଳିଛି । ଯେଉଁଥିରେ ସେମାନେ ନୂଆ ସରକାରକୁ ବିରୋଧ କରିବା ସହ ସ୍କୁଲରେ ଥିବା ପୋଲିସ କ୍ୟାମ୍ପକୁ ହଟାଇବା ପାଇଁ କହିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related posts

ପ୍ରଧାନମନ୍ତ୍ରୀ ହେବାର ଅଭିଳାଷ ନାହିଁ: ନୀତିଶ

mahabharatanews

ମୋ ଝିଅ ଭବିଷ୍ୟତ ନଷ୍ଟକାରୀକୁ ଦଣ୍ଡ ମିଳୁ

mahabharatanews

ଖଣି ମନ୍ତ୍ରଣାଳୟ ସଂସଦୀୟ କମିଟିରେ ସ୍ଥାନ ପାଇଲେ ସସ୍ମିତ

mahabharatanews

Leave a Comment