ଓଡିଶା

କାର୍ଯ୍ୟରତ ଓ ତୋଷାଲି ସାମ୍ବାଦିକ ସଙ୍ଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ କାର୍ଯ୍ୟରତ ସାମ୍ବାଦିକ ସଙ୍ଘ ପକ୍ଷରୁ ସ୍ଥାନୀୟ ଏମ୍ଇ ସ୍କୁଲଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷ ଆଧୁନିକ ଯୁଗରେ ସାମ୍ବାଦିକଙ୍କ ଭୂମିକା ଉପରେ ଆଲୋଚନା ହୋଇଥିଲା । ଉକ୍ତ କାର୍ଯକ୍ରମରେ ସଇଁତଳା ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗୁନସାଗର ମାଝୀ, ସରପଞ୍ଚ ସୁବ୍ରତ ନାଗ, ସଭାପତି ନାରାୟଣ ସାହୁ , ପ୍ରମୋଦ ସେଲମା ଆତିଥ୍ୟ ଗ୍ରହଣ କରିଥିବା ବେଳେ ସଂପାଦକ ଶୁଶାନ୍ତ ମେହେର ମଞ୍ଚ ପରିଚାଳନା କରୁଥିଲେ । ସେହିପରି  ତୋଷାଳୀ ସାମ୍ୱାଦିକ ସଂଘ ତୁଷୁରା ଠାରେ ମଧ୍ୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ସମାଜସେବୀ ବିରେନ୍ଦ୍ର ବାଗ , ଡକ୍ଟର  ହେମନ୍ତ କୁମାର ଦାସ ,  ସଭାପତି ଶମ୍ଭୁ ପ୍ରସାଦ ସାହୁ , ମନୋଜ ଜୈନ୍ , ଦେବବ୍ରତ ପାଣିଗ୍ରାହୀ ,  ମଞ୍ଚାଷିନ ଥିଲେ । ଉକ୍ତ କାର୍ଯକ୍ରମରେ ରଞ୍ଜନ ବାଗ, ଲକ୍ଷ୍ମୀ କାନ୍ତ ସାହୁ, ରମାକାନ୍ତ ରାଜପାଲିଆ, ରୁଦ୍ର ଡନ୍ଦସେନ, ଅରବିନ୍ଦ ବିଶ୍ଵାଳ, ହରିଶଙ୍କର ବାଗ, ନିତା ସାହୁ, ମାମି କୁମାରୀ ପ୍ରଧାନ , ମନୁ ମହାକୁର, ସୁନ୍ଦର ଗୌରୀ ସାହୁ, ଚୌଧୁରୀ ସାହୁ , ପଞ୍ଚାନନ ନାୟକ ଓ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ସଙ୍ଘ  ଓ ତୋଷାଳୀ ସାମ୍ୱାଦିକ ସଂଘ ତୁଷୁରାର ସମସ୍ତ ସଦସ୍ୟ ସହଯୋଗ କରିଥଲେ ।

Related posts

ଶିକ୍ଷକଙ୍କ ବଦଳି ପ୍ରତିବାଦ କରି ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଧାରଣା

mahabharatanews

ଆଜି ଓଡିଶା ଆସୁଛନ୍ତି ରାଷ୍ଚ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

ପୋଲିସ ଜାଲରେ ବାଇକ୍ ଲୁଟେରା

mahabharatanews