ଓଡିଶା

ଉଦଳା ୟୁନିକ ପ୍ରେସ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସ

ଉଦଳା ଠାରେ ଜାତୀୟ ପ୍ରେସ ଦିବସ ୟୁନିକ ପ୍ରେସ କ୍ଲବ ପକ୍ଷରୁ ଆୟୋଜିତ ହୋଇଛି। ଉପଜିଲ୍ଲାପାଳ, ଡେପୁଟି କଲେକ୍ଟରଙ୍କ ସମେତ ବରିଷ୍ଠ ସାମ୍ବାଦିକ ଅତିଥି ଭାବେ ଯୋଗ ଦେଇ ଜାତୀୟ ପ୍ରେସ ଦିବସ ପାଳନ ନେଇ ନିଜର ବକ୍ତବ୍ୟ ରଖିଥିଲେ। ସାମ୍ବାଦିକତାରେ କିଭଳି ନିର୍ଭିକତା ଆପଣାଇ ପାରିଲେ ଏବଂ ସତ୍ୟ ଖବର ପରିବେଷଣ ଉପରେ ଗୁରୁତ୍ୱ ଦେବାକୁ ଉପସ୍ଥିତ ଅତିଥି କହିଥିଲେ । ଏହା ସହିତ ସରକାର ବିଭିନ୍ନ ସମୟରେ ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣକୁ ନଜରରେ ରଖି ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ଉପସ୍ଥିତ ଅତିଥି ମତ ରଖିଥିଲେ। ଏହି ଅବସରରେ ଦିବଙ୍ଗତ ସାମ୍ବାଦିକଙ୍କ ଉଦେଶ୍ୟରେ ନିରବ ପ୍ରାର୍ଥନା କରାଯିବା ସହିତ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ କାମ ପାଇଁ ବରିଷ୍ଠ ସାମ୍ବାଦିକ କଲ୍ୟାଣ ସିହ୍ନାଙ୍କୁ ୟୁନିକ ପ୍ରେସ କ୍ଲବ ପକ୍ଷରୁ ସମ୍ମାନିତ କରାଯାଇଥିଲା। ୟୁନିକ ପ୍ରେସ କ୍ଳବ ସଭାପତିଙ୍କ ସମେତ କାର୍ଯ୍ୟରତ ସାମ୍ବାଦିକ ଉପସ୍ଥିତ ରହିଥିଲେ।

Related posts

ରାୟଗଡରେ ସର୍ବାଧିକ ୭୬ ଜଣ କୋରନା ଆକ୍ରାନ୍ତ ଚିହ୍ନଟ

mahabharatanews

ବର୍ଷାରେ ଭୁଶୁଡିଲା ଘରର କାନ୍ଥ : ୫ ଜଣଙ୍କ ମୃତ୍ୟୁ , ୪ ଗୁରୁତର

mahabharatanews

୨୬ଟି ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ 

mahabharatanews