ବାଲେଶ୍ୱର ସାଂସଦ ପ୍ରତାପ ଶଡଙ୍ଗୀ ଖୋଲିଲେ । କହିଲେ, ଅତୀତରେ ଘୋଡା ବେପାରରେ ମୋତେ ଅଫର କରିଥିଲେ ନବୀନ । ମୋତେ କିଣିବାକୁ ଚେଷ୍ଟା କରିଥିଲେ, ଏବଂ ମୋ ପାଖକୁ ନେତାଙ୍କୁ ପଠେଇଥିଲେ । କିନ୍ତୁ ମୁଁ ମନା କରିଥିଲି ଏବେ ବି ଚାହୁଁଛନ୍ତି, ହେଲେ କରିପାରୁ ନାହାନ୍ତି କାରଣ ତାଙ୍କର ଆଉ ସେ କ୍ଷମତା ନାହିଁ । ସେଥିପାଇଁ ସେ ଘୋଡା ବେପାର କଥା କହୁଛନ୍ତି, କିନ୍ତୁ ବିଜେପି ଘୋଡା ବେପାର କରୁନି ।

ଅନ୍ୟ ପଟେ ଜୟନାରାୟଣ ମଧ୍ୟ ନବୀନଙ୍କୁ ଟାର୍ଗେଟ କରି କହିଛନ୍ତି, ନବୀନଙ୍କର ଘୋଡା ବେପାର ଅଭିଜ୍ଞତା ରହିଛି । ଆମେ ଘୋଡା ବେପାର କରୁନୁ, ବିବେକାନୁମୋଦିତ ଭୋଟ ମାଗିଛୁ । ବିଜେଡି ବୁଡିଲା ଡଙ୍ଗା, ସିଏ ଡଙ୍ଗାରେ କିଏ ବସିବ । ଏଥିରୁ ନବୀନ ପରାଜୟ ସ୍ୱୀକାର କରୁଥିବା ଜଣାପଡିଗଲାଣି ।

