ଓଡିଶା

ଆସନ୍ତାକାଲିଠୁ ପ୍ରଚାର ଆରମ୍ଭ କରିବେ ବିଜେଡି ସୁପ୍ରିମୋ 

ମଇଦାନକୁ ଓହ୍ଲାଇବେ ନବୀନ। ଆସନ୍ତାକାଲିଠୁ ପ୍ରଚାର ଆରମ୍ଭ କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଗଂଜାମ ଜିଲ୍ଲା ହିଞ୍ଜିଳିରୁ ଆରମ୍ଭ କରିବେ ନିର୍ବାଚନୀ ପ୍ରଚାର। ଏହି ଅବସରରେ ଓଡ଼ିଶାବାସୀଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ, କହିଛନ୍ତି ଏଥର ଯୋଡ଼ି ଶଙ୍ଖ ।

ଗୋଟିଏ ଏମଏଲଏ ପାଇଁ ଆଉ ଗୋଟିଏ ଏମପି ପାଇଁ। ଡବଲ ଶଙ୍ଖରେ ଭୋଟ ଦେଇ ଦୁଇ ପ୍ରାର୍ଥୀଙ୍କୁ ବିଜୟୀ କରାଇବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେହିପରି ବିଜେଡି ନେତା ତଥା ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଓଡ଼ିଶାବାସୀଙ୍କୁ ଏଥର ଯୋଡ଼ି ଶଙ୍ଖ ବୋଲି ଆହ୍ଵାନ କରିଛନ୍ତି। ଗୋଟିଏ ଏମପି ପାଇଁ ଆଉ ଗୋଟିଏ ଏମଏଲଏ ପାଇଁ ବୋଲି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆସନ୍ତା ୨୪ରୁ ନିର୍ବାଚନୀ ପ୍ରଚାର ଆରମ୍ଭ ହେଉଥିବାରୁ ଓଡ଼ିଶାବାସୀଙ୍କୁ ଏଥର ଯୋଡ଼ି ଶଙ୍ଖ ବୋଲି ଉଦବୋଧନ କରିଛନ୍ତି।

Related posts

ବିରଳ ପକ୍ଷୀ ଉଦ୍ଧାର

mahabharatanews

ଓଡ଼ିଶାରେ ଗଡ଼ିଲା ତୃତୀୟ ବନ୍ଦେ ଭାରତ 

mahabharatanews

ଘନ କୁହୁଡ଼ି ହେତୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews