Uncategorized

ନୂଆପଡାରେ କାମ ଦେଲାନି ନବୀନଙ୍କ ପ୍ରଚାର

ନୂଆପଡାରେ କାମ ଦେଲାନି ନବୀନଙ୍କ ପ୍ରଚାର । ଏତେ ପ୍ରଚାର ପ୍ରସାର ପରେ ବି ପୁଣିଥରେ ଗାଦି ଫେରାଇ ଆଣିପାରିଲାନି ବିଜେଡି । ବହୁ ଭୋଟ ଆଗରେ ବିଜେପି । ତେବେ ବିଜେପି କହିଥିବା କଥା ସତ ହେବାକୁ ଯାଉଛି । ଆଉ 50 ହଜାର ଭୋଟରେ ଜିତିବା କଥା ନେଇ ଜୋର ଦେଇ କହିଆସୁଥିଲେ ବିଜେପି । ଆଉ ଏବେ ବିଜେପିର ଆକଳନ ସତ ହେବାକୁ ଯାଉଛି । ଏବେ ସୁଦ୍ଧା 13 ରାଉଣ୍ଡ ଗଣତି ସରିଛି । ସବୁଠୁ ଆଗରେ ରହିଛନ୍ତି ବିଜେପି ପାର୍ଥୀ ଜୟ ଢୋଲକିଆ । ନୂଆପଡା ବିଜେଡିର ଗଡ ଥାଇ ବି ବହୁ ପଛରେ ରହିଛି ଶଙ୍ଖ ।

ଅନ୍ୟପଟେ ବିଜେଡି ଭୋଟ ଚୋରି ପ୍ରସଙ୍ଗ ନେଇ ଜୋର ଧରିଲାଣି । ଭୋଟ ଜାଲିଆତି ହୋଇଥିବା କଥା କହି ବିଜେଡି ମୁଖ୍ୟ ନିର୍ବାଚନ କମିଶନରଙ୍କ ପାଖରେ ଆଭିଯୋଗ କରିଛି । ବିଜଡିର ବରିଷ୍ଠ ନେତା ଦେବୀ ମିଶ୍ର କହିଛନ୍ତି କି, ନବୀନଙ୍କ କ୍ରେଜ କେବେ କମିବନି । ଏଇଟା ଏକ ପାଖିଆ ନିର୍ବାଚନ ହୋଇଛି । ସମସ୍ତେ ଜାଣିଛନ୍ତି ବୋଲି ଗଣମାଧ୍ୟମ ଆଗରେ ବଖାଣିଛନ୍ତି ଦେବୀ ମିଶ୍ର ।

ସେହିପରି କଂଗ୍ରେସ ଅଭିଯୋଗ କରିଛି ଯେ, ପଇସା ଦେଲେ ଲୋକେ ଭୋଟ ଦେଇଛନ୍ତି । ଦଳ ପକ୍ଷରୁ ଆର୍ଥିବ ସହଯୋଗ ମିଳିଳାନି । ଟଙ୍କାର ଅଭାବ ରହିଲା । ଠିକ୍ ଭାବରେ ଟଙ୍କା ଖର୍ଚ୍ଚ କରିନି କଂଗ୍ରେସ । ଏନେଇ ବଡ ଅଭିଯୋଗ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ।

Related posts

ପ୍ରୟାଗରାଜରେ ମଦ ମୃତ୍ୟୁ

mahabharatanews

ଜବତ ବିସ୍ଫୋରକ ଥିବା କାର ହିଜବୁଲ ମୁଜାହିଦ୍ଦିନ ଆତଙ୍କୀର

mahabharatanews

ନେପାଳ ପ୍ରଧାନମନ୍ତ୍ରୀଙ୍କ ବିବାଦୀୟ ବୟାନ: ବିଶ୍ୱ ହିନ୍ଦୁ ସେନାର ଆକ୍ରୋଶର ଶିକାର ନେପାଳୀ ଯୁବକ

mahabharatanews