ଓଡିଶା

ବୃଦ୍ଧି ପାଉଛି ମାଓ ହିଂସା ; ବୃଦ୍ଧଙ୍କୁ ଗଳା କାଟି ନିର୍ମମ ହତ୍ୟା

(ଓଡିଶା) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମାଓ ହିଂସା କାଣ୍ଡ । ଓଡ଼ିଶା-ଝାରଖଣ୍ଡ ସୀମାନ୍ତ ଗୋଏଲକେରା ଅଞ୍ଚଳରେ ପୁଣି ହିଂସାକାଣ୍ଡ ଭିଆଇଛନ୍ତି ମାଓବାଦୀl ପୁଲିସ ଇନଫର୍ମର ସନ୍ଦେହରେ ଜଣେ ବୃଦ୍ଧଙ୍କ ଗଳା କାଟି ନିର୍ମମ ଭାବେ ହତ୍ୟା କରିଛନ୍ତି। ଘଟଣାସ୍ଥଳରେ ନକ୍ସଲ ପୋଷ୍ଟର ଲଗାଇଛନ୍ତି। ଏଥିରେ ପୁଲିସର ଦଲାଲଗିରି ଛାଡ଼, ନଚେତ ଏମିତି ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦିଆଯାଇଛି। ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୋଷ୍ଟର ସହ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି।

ସୂଚନାନୁଯାୟୀ , ନିକଟରେ ଝାଡଖଣ୍ତ ମାଓ ଆକ୍ରମଣରେ ସହିଦ ହେଲେ ଓଡ଼ିଆ ଯବାନ । ମାଓ ଏନକାଉଣ୍ଟର ବେଳେ ସହିଦ ହୋଇଛନ୍ତି  ସିଆରପିଏଫ୍ ଯବାନ ସୁଶାନ୍ତ ଖୁଣ୍ଟିଆ । ସେ ଆନନ୍ଦପୁର ପୌରାଞ୍ଚଳ ୪ ନମ୍ବର ୱାର୍ଡର ବାସିନ୍ଦା । ହୃଦୟ ବିଦାରକ କଥା ହେଉଛି  ମାତ୍ର ତିନି ମାସ ହେଲା ସୁଶାନ୍ତଙ୍କର ବିବାହ ହୋଇଥିଲା ।

Related posts

ବିଧାୟକ ଏବଂ ମନ୍ତ୍ରୀଙ୍କ ନିୟମ ଉଲ୍ଲଂଘନକୁ ବିରୋଧ କରି ବିଜେପିର ପ୍ରତିବାଦ

mahabharatanews

ସରୋଜିନୀ ଏକାଡେମୀର ୩ୟ ବାର୍ଷିକ ଉତ୍ସବ

mahabharatanews

ପିଲାମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଦେଖିଲେ ମୁଖ୍ୟମନ୍ତ୍ରୀ

mahabharatanews