(ମୁମ୍ବାଇ) : ସରିଲା ବହୁପ୍ରତିକ୍ଷିତ ବିବାହ। ନାଲି ଶାଢ଼ୀ ଓ ଚୁଡି ପିନ୍ଧି ବିଘ୍ନେଶଙ୍କ ସହ ସାତ ଫେରା ନେଲେ ଅଭିନେତ୍ରୀ ନୟନତାରା ଏବଂ ନିର୍ଦ୍ଦେଶକ ବିଘ୍ନେଶ ଶିବନ। ନିଜ ପରିବାର ଓ ବନ୍ଧୁପରିଜନଙ୍କ ଉପସ୍ଥିତିରେ ଦୁହେଁ ପରସ୍ପରଙ୍କୁ ଜୀବନସାଥୀ ରୂପେ ବାଛିଛନ୍ତି।
ବିବାହ ଶେଷ ହେବା ପରେ ଉଭୟ ଶିବନ ଏବଂ ନୟନତାର ସେମାନଙ୍କ ଇନ୍ଷ୍ଟା ଆକାଉଣ୍ଟରେ ଦୁହିଁଙ୍କ ବିବାହ ବେଳର ଫଟୋ ଅପ୍ଲୋଡ୍ କରିଛନ୍ତି। ଦୁହେଁ ବିବାହ ଫଟୋ ଓ କ୍ୟାପ୍ସନ ଜରିଆରେ ନିଜର ଖୁସି ବ୍ୟକ୍ତ କରିଛନ୍ତି। ସେପଟେ ଫ୍ୟାନ୍ମାନେ ମଧ୍ୟ ନୟନତାରାଙ୍କୁ ବଧୂ ବେଶରେ ଦେଖି ବେଶ୍ ଖୁସି ଅଛନ୍ତି। ଉଭୟ ନୟନତାରା ଓ ବିଘ୍ନେଶଙ୍କ ୱେଣ୍ଡିଂ ଲୁକ୍ ଫ୍ୟାନ୍ମାନଙ୍କୁ ବେଶ୍ ପସନ୍ଦ ଆସିଛି। ସମସ୍ତେ ତାଙ୍କୁ ତାଙ୍କ ବିବାହ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
ନୟନତାରା ଓ ବିଘ୍ନେଶଙ୍କ ବିବାହର ପ୍ରଥମ ଫଟୋ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ସାମ୍ନାକୁ ଆସିଥିବା ଫଟୋରେ ନୟନତାରା ଲାଲ ରଙ୍ଗର ବ୍ରାଇଡାଲ ଶାଢ଼ୀ ପିନ୍ଧିଛନ୍ତି। ଏଥିସହ ମୁଣ୍ଡରେ ଗଜରା ଓ ନୀଳ ରଙ୍ଗର ହେବି ଜୁଏଲାରୀ ପିନ୍ଧି ବେଶ୍ ଆଟ୍ରାକ୍ଟ ଲାଗୁଛନ୍ତି। ସେହିପରି ବିଘ୍ନେଶ ମଧ୍ୟ ପାରମ୍ପରିକ ବିବାହ ପୋଷକରେ ବେଶ୍ ହ୍ୟାଣ୍ଡସନ ନଜର ଆସିଛନ୍ତି।