ରାଜନୀତି

ଏନଡିଏ ମେଣ୍ଟ ପୁଣି ବିପୁଳ ଭୋଟରେ ବିଜୟୀ

ପାଟଣା: ବିହାର ବିଧାନସଭା ନିର୍ବାଚନର ଫଳାଫଳ ବାହାରିଛି । ଆରଜେଡି ମୁଖ୍ୟ ତେଜସ୍ୱୀ ଯାଦବଙ୍କ ଲୋକପ୍ରିୟତା ବୃଦ୍ଧି ପାଇବା ଓ ୧୫ ବର୍ଷରେ ନୀତିଶଙ୍କ ଶାସନ କାଳରେ ବିହାରରେ ସେପରି କୌଣସି ବିକାଶ ହୋଇନଥିବା ନେଇ ଚର୍ଚ୍ଚା ହୋଇଥିଲେ ମଧ୍ୟ ଏନଡିଏ ମେଣ୍ଟ ପୁଣି ବିପୁଳ ଭୋଟରେ ବିଜୟୀ ହୋଇଛି । ଏନଡିଏ ୧୨୫ ଆସନ ହାସଲ କରିଥିବା ବେଳେ ମହାମେଣ୍ଟକୁ ମିଳିଛି ୧୧୦ଟି ଆସନ ଓ ଅନ୍ୟ ଦଳ ୮ଟି ଆସନରେ ବିଜୟୀ ହୋଇଛନ୍ତି । ବିହାରର ଜନତା ପୁଣି ଏନଡିଏକୁ ଶାସନ ଗାଡି ଦେଇଛି ।
ମହାମେଣ୍ଟର ବିଜୟ ନେଇ ଗଣତିର ପ୍ରାଥମିକ ଅବସ୍ଥାରେ ଆଶା କରାଯାଉଥିବା ବେଳେ ଶେଷ ଆଡକୁ ଏନଡିଏ ପୁଣି ବାଜି ମାରିଛି । ଚୂଡାନ୍ତ ଗଣତି ଅନୁଯାୟୀ, ବିହାରରେ ବିଜେପି ୭୪ଟି, ଜେଡିୟୁକୁ ୪୩ଟି, ଆରଜେଡିକୁ ୭୫ଟି, କଂଗ୍ରେସକୁ ୧୯ଟି , ଏଲଜେପିକୁ ଗୋଟିଏ, ଏଚଏଏମକୁ ୪ଟି, ଭିଆଇପିକୁ ୪ଟି ଓ ଅନ୍ୟ ଦଳଗୁଡ଼ିକୁ ୨୩ଟି ଆସନ ମିଳିଛି । ରାମବିଳାଶ ପାଶୱାନଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଚିରାଗ ପାଶୱାନ ଏକା ନିର୍ବାଚନ ଲଢିଥିଲେ ମଧ୍ୟ ମାତ୍ର ଗୋଟିଏ ଆସନ ପାଇଛନ୍ତି । ସେହିପରି ରାଜ୍ୟରେ ସବୁଠାରୁ ଭଲ ପ୍ରଦର୍ଶନ କରିଛି ଆରଜେଡି । ତେଜସ୍ୱୀଙ୍କ ମୁଦ୍ଦା ବହୁମାତ୍ରାରେ ଲୋକାଦୃତ ହୋଇଥିବା ବେଳେ କିନ୍ତୁ ମହାମେଣ୍ଟ ପରାସ୍ତ ହୋଇଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପୁଣି ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ହାସଲ କରିଥିଲେ ମଧ୍ୟ ତାଙ୍କ ଦଳ କିନ୍ତୁ ତୃତୀୟ ସ୍ଥାନରେ ରହିଛି ।

by shila

 

Related posts

ନିଟ ସମସ୍ୟା ଉପରେ ଆଲୋଚନା କଲେ କାନିମୋଝି-ମୁଖ୍ୟମନ୍ତ୍ରୀ

mahabharatanews

ସ୍ୱାର୍ଥପର ବବି ! ଦଳ ନୁହେଁ, ତାଙ୍କ ପାଇଁ କ୍ଷମତା ବଡ଼

mahabharatanews

ଆରଏସଏସ ମୁଖ୍ୟ ପହଞ୍ଚିଲେ ମିଥୁନଙ୍କ ଘରେ

mahabharatanews