Uncategorized

ନେତାଜୀଙ୍କ ଜନ୍ମ ଦିନକୁ ପରାକ୍ରମ ଦିବସ ରୂପେ ପାଳନ କରିବାକୁ କେନ୍ଦ୍ରର ନିଷ୍ପତ୍ତି

ନୂଆଦିଲ୍ଲୀ: ଭାରତ ସ୍ୱାଧୀନତା ସଂଗ୍ରାମର କ୍ରାନ୍ତିକାରୀ ସଂଗ୍ରାମୀ ଓ ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ଜାନୁଆରୀ ୨୩ ତାରିଖକୁ ପରିକ୍ରମ ଦିବସ ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ନେତାଜୀଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପାଳନ କରାଯିବ। ଏନେଇ ମଙ୍ଗଳବାର କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ କେନ୍ଦ୍ର ନିଷ୍ପତ୍ତିକୁ ନେଇ ସୂଚନା ଦେଇଛି । ସଂସ୍କୃତି ମନ୍ତ୍ରଣାଳୟ ବିଜ୍ଞପ୍ତି ଅନୁଯାୟୀ, ନେତାଜୀଙ୍କ ନିସ୍ୱାର୍ଥପର ସେବା ତଥା ଦେଶ ପ୍ରତି ସମ୍ମାନକୁ ମନେ ରଖିବା ପାଇଁ ଭାରତ ସରକାର ପ୍ରତିବର୍ଷ ୨୩ ଜାନୁଆରୀକୁ ପରାକ୍ରମ ଦିବସ ଭାବରେ ଜନ୍ମଦିନ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

 

Related posts

 ବାଇଡେନଙ୍କ ଦରମା କେତେ  ?

mahabharatanews

ଆଜି ମୟୂରଭଞ୍ଜ ଗସ୍ତରେ ରାଷ୍ଟପତି

mahabharatanews

ନିରାଡମ୍ବର ଭାବେ ଜାତୀୟ ଅଗ୍ନିସେବା ଶହୀଦ ଦିବସ ପାଳିତ

mahabharatanews