Uncategorized

ଗୋଟିଏ ଦିନରେ ୧୨ ହଜାର ୮୮୨ ନୂଆ କରୋନା 

  ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ ୧୨ ହଜାର ୮୮୨ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଫଳରେ କରୋନା ସଂକ୍ରମଣ ସଂଖ୍ୟା ୩, ୬୬, ୯୪୬ରେ ପହଂଚିଛି । ଦିଲ୍ଲୀରେ ରେକର୍ଡ ସଂଖ୍ୟକ ୨ ହଜାର ୪୧୪ ଏବଂ ଉତ୍ତର ପ୍ରଦେଶରେ ୫୮୩ ନୂଆ ମାମଲା ସାମ୍ନାକୁ ଆସିଛି । ଗତ ୫୦ ଦିନରେ ଦେଶରେ ନୂଆ ସଂକ୍ରମଣ ମାମଲା ୧୧ ଗୁଣ ବୃଦ୍ଧି ପାଇଛି ଓ ମୃତକଙ୍କ ସଂଖ୍ୟା ୧୨ ଗୁଣ ବୃଦ୍ଧି ପାଇଛି ଓ ୧୨ ହଜାର ୬୦୦ ଜଣ ପ୍ରାଣ ହରାଇଛନ୍ତି ।
ମହାରାଷ୍ଟ୍ରରେ ବୁଧବାର ଦିନ ୩ ହଜାର ୩୦୭ ରୋଗୀ ଚିହ୍ନଟ ହେ।।ଇଥିବା ବେଳେ ୧୧୪ ପ୍ରାଣ ହରାଇଛନ୍ତି । ମୁମ୍ବାଇରେ ୧୩୬୫, ଥାନେରେ ୮୩୯ ଓ ପୁନେରେ ୩୬୨ ନୂଆ ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ ସଂକ୍ରମଣ ସଂଖ୍ୟା ୧ ଲକ୍ଷ ୧୬ ହଜାର ୭୫୨ ରେ ପହଞ୍ଚିଛି । ସେଥିରୁ ୫୧ ହଜାର ୯୨୨ ଆକ୍ଟିଭ ମାମଲା ରହିଥିବାବେଳେ ୫୬୫୨ ଜଣ ପ୍ରାଣ ହରାଇଛନ୍ତି । ତାମିଲନାଡୁରେ ବୁଧବାର ଦିନ ସଂକ୍ରମଣ ସଂଖ୍ୟା ୫୦ ହଜାରକୁ ଟପିଛି । ରାଜ୍ୟରେ ବୁଧବାର ଦିନ ୨ ହଜାର ୧୭୪ ନୂଆ ମାମଲା ସାମ୍ନାକୁ ଆସିଥିଲା । ଗୋଟିଏ ଦିନରେ ୪୮ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ ୫୦ ହଜାର ୧୯୩ ଜଣ ସଂକ୍ରମିତ ହୋଇଛନ୍ତି । ଗୁଜରାଟରେ ୨୫ ହଜାର ୧୪୮ କରୋନା ମାମଲା ରହିଛି । ବୁଧବାର ଦିନ ୫୨୦ ନୂଆ ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ ୬ ହଜାର ୧୪୯ ଆକ୍ଟିଭ ମାମଲା ରହିଛି । ଏବେ ସୁଦ୍ଧା ୧୫୬୧ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୭ ହଜାର ୪୩୮ ରୋଗୀ ସୁସ୍ଥ ହୋଇଛନ୍ତି ।

Related posts

ନିର୍ଭୟା ମାମଲା: ଜାନୁଆରୀ ୧୪ରେ କ୍ୟୁରେଟିଭ ପିଟିସନର ଶୁଣାଣି

mahabharatanews

କରୋନା ଭାଇରସ ଲାବରୁ ସୃଷ୍ଟି ହୋଇନାହିଁ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

mahabharatanews

ଦେଶରେ ୨୪ ଘଣ୍ଟାରେ ୪୨୧୩ ସଂକ୍ରମିତ, ୯୭ ମୃତ

mahabharatanews