ଓଡିଶା

ସଂକ୍ରମଣ ବଢ଼ିଲେ ମାସ୍କକୁ ନେଇ ଆସିପାରେ ନୂଆ ନିୟମ

ଭୁବନେଶ୍ୱର : ରାଜ୍ୟରେ ଆଜି ୧୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬ ଓ ସ୍ଥାନୀୟ ଅଞ୍ଚଳରୁ ୫ ଜଣ ଚିହ୍ନଟ ହୋଇଛନ୍ତି । ଆଜି ୧୮ ବର୍ଷରୁ କମ୍ ବୟସର ୨ ଜଣ ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୯୭୯ରେ ପହଞ୍ଚିଛି । ସେହିପରି ରାଜ୍ୟରେ ସୁସ୍ଥ ସଂଖ୍ୟା ୧୨ ଲକ୍ଷ ୭୮ ହଜାର ୭୦୧ ରହିଥିବା ବେଳେ ୧୦୧ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ସମ୍ବଲପୁରରୁ ସର୍ବାଧିକ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏପଟେ ଦେଶର ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଏବେ ଛୁଆଙ୍କ ଟିକାକରଣ ଓ ବୁଷ୍ଟର ଡୋଜକୁ ଗୁରୁତ୍ୱ ଦିଆଯାଉଛି । ଅନେକ ରାଜ୍ୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି, ନଚେତ୍ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏହାରି ମଧ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସଂକ୍ରମଣ ବଢ଼ିଲେ ମାସ୍କ ଲାଗି ନୂଆ ନିୟମ ଲାଗୁ ହେବ ବୋଲି ସେ କହିଛନ୍ତି ।

ଏହା ସହ ଥଣ୍ଡା ଓ ଜ୍ୱର ଲକ୍ଷଣ ଥିଲେ ପିଲାଙ୍କୁ ତୁରନ୍ତ ଟେଷ୍ଟ କରାଇବାକୁ ସେ ପରାମର୍ଶ ଦେଇଛନ୍ତି । ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷ ଟେଷ୍ଟ କରାଇ ପିଲାଙ୍କୁ ସଙ୍ଗରୋଧରେ ରଖନ୍ତୁ । ଅଲଗା ରାଜ୍ୟରେ ସଂକ୍ରମଣ ବଢ଼ୁଥିବାରୁ ଆମକୁ ସତର୍କ ରହିବାକୁ ପଡିବ । କରୋନା ରୋକିବା ପାଇଁ ମାସ୍କ ବେଶ ଗୁରୁତ୍ୱପୂର୍ଣ୍ଣ । ଆମ ରାଜ୍ୟରେ ସଂକ୍ରମଣ ବଢ଼ିଲେ ମାସ୍କକୁ ନେଇ ନୂଆ ନିୟମ ଆସିପାରେ । ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ, ଔଷଧ ଓ ଅକ୍ସିଜେନ୍ ମହଜୁଦ ଅଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

Related posts

ଭୁବନେଶ୍ୱରରେ ହତ୍ୟା କରି ଘଟଗାଁ ଜଙ୍ଗଲରେ ମୃତଦେହ ପୋତି ଦେଇଥିଲେ ପୁରୁଷ ବନ୍ଧୁ

mahabharatanews

ଭାରତ ବନ୍ଦର ପ୍ରଭାବ ବ୍ରହ୍ମପୁରରେ ଟ୍ରେନ ଅଟକାଇ ସଂଗଠନଗୁଡିକର ବିକ୍ଷୋଭ

mahabharatanews

ବଗଲା ଧର୍ମଶାଳା ଜମି ବିକ୍ରୀ ପ୍ରତିବାଦରେ ପୁରୀ ବିଜେପିର ଧାରଣା

mahabharatanews