ଓଡିଶା

ଦୁଇ ନବ ନିର୍ବାଚିତ ବିଧାୟକଙ୍କ ଆସନ୍ତା କାଲି ଶପଥ ପାଠ

ଭୁବନେଶ୍ୱର: ଉପନିର୍ବାଚନରେ ବିଜେଡି ତିର୍ତ୍ତୋଲ ଓ ବାଲେଶ୍ୱର ଉଭୟ ଆସନକୁ ହାତେଇବା ପରେ ବିଜେଡିର ଦୁଇ ନବ ନିର୍ବାଚିତ ବିଧାୟକ ବିଜୟ ଶଙ୍କର ଦାସ ଓ ସ୍ୱରୂପ ଦାସ ବିଧାୟକ ଭାବେ ଆସନ୍ତା କାଲି ବିଧିବଦ୍ଧଭାବେ ଶପଥ ଗ୍ରହଣ କରିବେ । ଉଭୟ ନେତା ଆସନ୍ତା କାଲି ବିଧାନସଭା ପରିସରରେ ଶପଥ ନେବାର କାର୍ଯ୍ୟକ୍ରମ ରହିଥିବା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ଆସନ୍ତା କାଲି ଦିନ ୧୧ଟା ମଧ୍ୟରେ ଉଭୟଙ୍କ ଶପଥପାଠ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଶପଥ ପାଠ ପରେ ଦିନ ୧୧ଟାରୁ ସର୍ବଦଳୀୟ ବୈଠକ ବସିବ । ଆସନ୍ତା ୨୦ ତାରିଖରୁ ବିଧାନସଭାର ଶୀତ କାଳୀନ ବୈଠକ ବସୁଥିବାରୁ ଆସନ୍ତା କାଲି ସର୍ବ ଦଳୀୟ ବୈଠକ ଡକାଇ ବାଚସ୍ପତି ସବୁ ଦଳର ବିଧାୟକଙ୍କ ସହ ଗୃହ କିପରି ସୁରୁଖୁରୁରେ ଚାଲିବ ସେ ନେଇ ଆଲୋଚନା କରିବେ ।

Related posts

ରେଙ୍ଗାଲି ଠାରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଗଣଦୌଡ଼

mahabharatanews

କୋଭିଡ-୧୯ ଲଢେଇରେ ଏନଟିପିସି, କଣିହାଁର ସକରାତ୍ମକ ପଦକ୍ଷେପ

mahabharatanews

ନନ୍ଦନକାନନ ପ୍ରାଣୀଉଦ୍ୟାନ ଭିତରକୁ ସନ୍ଧ୍ୟା ୬ଟାପରେ ଅନୁମତି ନାହିଁ

mahabharatanews