ଓଡିଶା

ଏନଆଇଟି ପରୀକ୍ଷା  ଅନଲାଇନରେ ହେବାକୁ ନିଷ୍ପତ୍ତି

ରାଉରକେଲା: ରାଉରକେଲା ଏନଆଇଟିରୁ ୩ଜଣ ଛାତ୍ର ପଜିଟିଭ୍ ଚିହ୍ନଟ ହେବା ପରେ ଏନଆଇଟି ହଷ୍ଟେଲ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ଏପରିକି ପରୀକ୍ଷାକୁ ଅଫଲାଇନରେ ନ କରି ଅନଲାଇନରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯିବ । ଆଜିଠାରୁ ତିନି ଦିନ ପର୍ୟ୍ୟନ୍ତ ସମସ୍ତ ବିଦ୍ୟାର୍ଥୀଙ୍କ କୋଭିଡ଼ ଟେଷ୍ଟ କରାଯିବ। ଟେଷ୍ଟିଂ ସରିବା ପରେ ହଷ୍ଟେଲ ଛୁଟି ଘୋଷଣା ହେବ ।
ଏନଆଇଟିରୁ କିଛି ଦିନ ହେବ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅଫ୍‌ଲାଇନ୍ ବଦଳରେ ଅନଲାଇନ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ପୂର୍ବରୁ ଦାବି କରିଥିଲେ। ଏନେଇ ଗତକାଲି ଜରୁରୀକାଳୀନ ସିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ପରୀକ୍ଷା ସମୟ ଓ ତାରିଖ ନେଇ ଆଉ ଥରେ ବିଜ୍ଞପ୍ତି ପ୍ରକାଶ କରାଯିବ। ପରିବର୍ତ୍ତିତ ପରୀକ୍ଷା ସୂଚୀ ନେଇ ଆଗୁଆ ଅବଗତ କରାଯିବ ବୋଲି ଏନ୍‌ଆଇଟି କର୍ତୃପକ୍ଷ ସୂଚନା ଦେଇଛନ୍ତି ।

 

Related posts

ରାଇରଙ୍ଗପୁର ଠାରେ ସାନ୍ତାଳ ଆଦିବାସୀ ମାନଙ୍କର ନୂତନ ବର୍ଷ ଉପଲକ୍ଷେ ବନ୍ଧୁ ମିଳନ

mahabharatanews

ବନ୍ଦ ହେଲା ଆଉ ୪ଟି ଗେଟ, ୧୦ଟି ଗେଟ୍‌ ଦେଇ ଚାଲିଛି ଜଳ ନିଷ୍କାସନ 

mahabharatanews

ଅନିଦ୍ରା ମହାବାହୁ; ହୋଇପାରିଲାନି ରାତ୍ର ପହୁଡ଼ ନୀତି

mahabharatanews