ମନୋରଞ୍ଜନ

ଜୀବନ ହାରିଲେ ବଲିଉଡ ଲୋକପ୍ରିୟ ଆର୍ଟ ଡାଇରେକ୍ଟର ନୀତିନ ଦେଶାଇ

(ମୁମ୍ବାଇ) : ଜୀବନ ହାରିଲେ ବଲିଉଡ ଲୋକପ୍ରିୟ ଆର୍ଟ ଡାଇରେକ୍ଟର ନୀତିନ ଦେଶାଇ । ନିତିନ ଦେଶାଇ ବୁଧବାର ସକାଳେ ଆତ୍ମହତ୍ୟା କରିଥିବା ନେଇ ସୂଚନା ରହିଛି । ମୁମ୍ବାଇଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ଥିବା କରଜାଟ ଅଞ୍ଚଳରେ ନିର୍ମିତ ଏନଡି ଷ୍ଟୁଡିଓରେ ଫାଶୀ ଲଗାଇ ସେ ଆତ୍ମହତ୍ୟା କରିଛନ୍ତି ।   ଘଟଣାର ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ନିତିନ ଦାଉଦ ମଜା ଅନ୍ ଦ ରନ୍, ହେଲୋ ଜୟ ହିନ୍ଦ ଏବଂ ହମ୍ ସାବ ଏକ୍ ହେନ୍ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । କେବଳ ଏତିକି ନୁହେଁ ସେ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ୨୦୧୧ ଚଳଚ୍ଚିତ୍ର ହେଲୋ ଜୟ ହିନ୍ଦରେ ନିତିନ ନିର୍ଦ୍ଦେଶନା ଦେବା ସହିତ ଅଭିନୟ କରିଥିଲେ । ସେ ଏକ ମରାଠୀ ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ।

 

Related posts

 ‘ଡିପ୍‌ଫେକ୍‌’ ବିବାଦ; ଆକ୍ସନ ମୋଡରେ ପୋଲିସ

mahabharatanews

ବୁର୍ଜ ଖଲିଫାରେ ରିଲିଜ ହେବ ଚଳଚ୍ଚିତ୍ର ‘ଯବାନ’

mahabharatanews

ଫିଲ୍ମ ‘ଦ କେରଳ ଷ୍ଟୋରି’କୁ କରଛାଡ଼ କଲେ ମୁଖ୍ୟମନ୍ତ୍ରୀ

mahabharatanews