ଭାରତରାଜନୀତି

ଆସନ୍ତା ୨୦ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନୀତିଶ କୁମାର

ବିହାର ନିର୍ବାଚନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଚମତ୍କାର ବିଜୟ ହାସଲ କରିବାର କିଛି ଦିନ ପରେ, ଜନତା ଦଳ ୟୁନାଇଟେଡ୍ ମୁଖ୍ୟ ନୀତିଶ କୁମାର ନଭେମ୍ବର ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଦଶମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇପାରନ୍ତି । ବିହାରର ମୁଖ୍ୟମନ୍ତ୍ରୀ ଭାବେ ୧୦ମ ଥର ଶପଥ ନେଇପାରନ୍ତି ନୀତିଶ କୁମାର । ନୂଆ ଏନଡିଏ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ପାଟନାର ଗାନ୍ଧୀ ବୈଦାନରେ ଅନୁଷ୍ଠିତ ହେବ । ଆସନ୍ତା ୨୦ତାରିଖରେ ଶପଥ ଗ୍ରହଣ ଉତ୍ସବ ହେବାକୁ ଯାଉଛି । ସେଥିପାଇଁ ୨୦ ତାରିଖ ପର୍ୟ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଗାନ୍ଧୀ ମୈଦାନ ବନ୍ଦ ରହିବ । ଏହି ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶପଥଗ୍ରହଣ ସମାରୋହ ବିସ୍ତୃତ ଗାନ୍ଧୀ ମଇଦାନରେ ଆୟୋଜିତ ହେବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଅନ୍ୟାନ୍ୟ କେନ୍ଦ୍ରୀୟ ମନ୍ତ୍ରୀ ରାଜନାଥ ସିଂହ, ଧର୍ମେନ୍ଦ୍ର ପ୍ରଧାନ, ଚିରାଗ ପାସୱାନ, ଜିତନ ରାମ ମାଞ୍ଝି, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟାନ୍ୟ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସମେତ ଅନେକ ଶୀର୍ଷ ଏନଡିଏ ନେତା ଏହି ମହା ସମାରୋହରେ ଯୋଗ ଦେଇପାରନ୍ତି ।

ବିପୁଳ ଜନାଦେଶ ପାଇଁ ଐତିହାସିକ ସ୍ଥାନରେ ଶପଥ ଗ୍ରହଣ କରିବାର ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉପମୁଖ୍ୟମନ୍ତ୍ରୀ ଏବଂ କିଛି ମନୋନୀତ ମନ୍ତ୍ରୀ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଏନଡିଏର ବଡ଼ ବଡ଼ ନେତାଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିପାରନ୍ତି । ବିଜେପି-ଜେଡିୟୁ-ଏଲଜେପି-ହାମ୍ ମେଣ୍ଟ ମୋଟ ୨୪୩ ଆସନରୁ ୨୦୨ ସିଟ୍ ହାତେଇଛନ୍ତି । ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଛି ବିଜେପି । ୧୦୧ଟି ଆସନରେ ଲଢି ବିଜେପି ଏକାକୀ ୮୯ଟି ଆସନରେ ବାଜିମାତ୍ କରିଥିବାବେଳେ ଜେଡିୟୁ ୮୫ଟି ଆସନ ପାଇଛି । ଆରଜେଡି ୨୫ ଏବଂ କଂଗ୍ରେସ ମାତ୍ର ୬ଟି ଆସନରେ ସନ୍ତୁଷ୍ଟ ହୋଇଛି । ମୋଟ୍ ୨୪୩ଟି ଆସନରୁ ଏନଡିଏ ମେଣ୍ଟ ୨୦୦ରୁ ଅଧିକ ଆସନରେ କବଜା କରିଥିବା ବେଳେ ମହାଗଠବନ୍ଧନର ଆସନ ସଂଖ୍ୟା ୪୦କୁ ହ୍ରାସ ପାଇଛି । ସମସ୍ତଙ୍କୁ ପଛରେ ପକାଇ ଏନଡିଏ ପୁଣି ବିହାରରେ ସରକାର ଗଠନ କରିବାକୁ ଯାଉଛି ।

Related posts

୩ ନୂଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ

mahabharatanews

ଥମୁନି ମଣିପୁର ହିଂସା, ପୁଣି ଇଣ୍ଟରନେଟ ସେବା ବନ୍ଦ 

mahabharatanews

‘ମଣିପୁରର ମଜା ଉଡାଇବା ମୋଦିଙ୍କୁ ଶୋଭା ଦେଉନଥିଲା ‘; ରାହୁଲ ଗାନ୍ଧୀ 

mahabharatanews