ଓଡିଶା

ରାତି ସୁଦ୍ଧା ପିକ୍ ଅତିକ୍ରମ, ତଳିଆ ଅଞ୍ଚଳରେ ପଶିପାରେ ପାଣି

ଭୁବନେଶ୍ଵର; ରାଜ୍ୟରେ ବନ୍ୟା ସ୍ଥିତି ନାହିଁ । ଏନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ତେବେ ମହାନଦୀରେ ଜଳସ୍ତର ବଢୁଥିବାରୁ କେବଳ ତଳିଆ ଅଞ୍ଚଳରେ ପାଣି ପଶିପାରେ । ଏନେଇ ସତର୍କ ଅଛୁ। ରାତି ସୁଦ୍ଧା ଭାର୍ଗବୀ, ଦୟାରେ ପିକ୍ ଅତିକ୍ରମ କରିବ ବନ୍ୟାଜଳ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।

ମହାନଦୀ ଜଳସ୍ତର ବଢ଼ୁଛି । ବର୍ତ୍ତମାନ ହୀରାକୁଦର ୧୪ଟି ଗେଟ୍‌ ଖୋଲା ଅଛି। ତଳିଆ ଅଞ୍ଚଳ କଣାସ, ଧନୁଆରେ ପାଣି ପଶିପାରେ ବୋଲି ଆଶା କରାଯାଉଛି। ସେଥିପାଇଁ ଖୋର୍ଦ୍ଧା, ପୁରୀ ଜିଲ୍ଲାର ଅଧିକାରୀ ସଜାଗ ଅଛନ୍ତି । ସେପଟେ ବୈତରଣୀ ବଢୁଛି, ବଡ଼ ବର୍ଷା ନଥିବାରୁ ଜଳସ୍ତର ଖସିବ । ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା ବିପଦ ସଂକେତ ତଳେ ପ୍ରବାହିତ ହେଉଛି ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି।

Related posts

ଆଉ ଭିକ ମାଗି ପାରିବେନି ରାଜଧାନୀ ଭିକାରୀ

mahabharatanews

୨୪ ଘଣ୍ଟା ମଧ୍ୟରେ ୩୫୫ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

କରୋନା ସଂକ୍ରମଣରେ ରାଜ୍ୟର ସ୍ଥିତି

mahabharatanews