ଭୁବନେଶ୍ୱର: ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ଆମେରିକାର କବୟିତ୍ରୀ ଲୁଇସ ଗ୍ଲୁକ୍ ଚଳିତ ବର୍ଷ ନୋବେଲ ପୁରସ୍କାର ପାଇବା ପାଇଁ ବିବେଚିତ ହୋଇଛନ୍ତି। ନୋବେଲ ପୁରସ୍କାର କମିଟି ସାହିତ୍ୟ ପାଇଁ ଲୁଇସଙ୍କ ନାମରେ ମୋହର ମାରିଛନ୍ତି। କମିଟିର ଟ୍ୱିଟର ପେଜରେ ଏନେଇ ସୂଚନା ଦିଆଯାଇଛି ।
୧୯୩୪ରେ ନ୍ୟୁୟର୍କରେ ଜନ୍ମ ଗ୍ରହଣ କରିଥିବା ଗ୍ଲୁକ କ୍ୟାମ୍ବରିଜ୍ରେ ରହୁଥିଲେ। ୧୯୬୮ରେ ଲୁଇସିଙ୍କ ପ୍ରଥମ ସୃଷ୍ଟି ପାଷ୍ଟବର୍ଣ୍ଣ ପ୍ରକାଶିତ ହୋଇଥିଲା । ଏହି ପୁସ୍ତକ ଲୋକଙ୍କ ଦ୍ୱାରା ବେଶ ଆଦୃତ ହୋଇଥିଲା। ୧୯୯୨ରେ ଗ୍ଲୁକଙ୍କ ‘ଦି ୱାଇଲ୍ଡ ଇରିସ’ ଅନେକ ସଫଳତା ହାସଲ କରିଥିଲା। ଲେଖାଲେଖି ବ୍ୟତୀତ ସେ ୟାଲେ ବିଶ୍ୱବିଦ୍ୟାଳୟରେ ଇଂଲିଶ ପ୍ରଫେସର ଭାବେ ମଧ୍ୟ କାର୍ଯ୍ୟରତ ଅଛନ୍ତି।
