ବିଶ୍ୱ

ପରଲୋକରେ ନୋବେଲ ପୁରସ୍କାର ପ୍ରାପ୍ତ ବୈଜ୍ଞାନିକ ପିଟର ହିଗ୍ସ

(ଦିଲ୍ଲୀ) :  ୯୪ ବର୍ଷ ବୟସରେ  ଆଖି ବୁଜିଲେ ନୋବେଲ ପୁରସ୍କାର ପ୍ରାପ୍ତ ବୈଜ୍ଞାନିକ ପିଟର ହିଗ୍ସ  । ଗର୍ଡ ପାର୍ଟିକଲର ଆବିଷ୍କାର ପାଇଁ ସେ ବେଶ ଜଣାଶୁଣା, ଯାହା ବିଗ ବିଙ୍ଗ ପରେ ବ୍ରହ୍ମାଣ୍ଡ କିପରି ସୃଷ୍ଟି ହେଲା ତାହା ବ୍ୟାଖ୍ୟା କରିବାରେ ସାହାଯ୍ୟ କଲା। ମୃତ୍ୟୁକୁ ନିଶ୍ଚିତ କରି ସ୍କଟଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟ କହିଛି ଯେ, ସାମାନ୍ୟ ଅସୁସ୍ଥତା ସେ ଘରେ ମୃତୁବରଣ କରିଛନ୍ତି।

ସୂଚନାନୁଯାୟୀ , ହିଗ୍ସ ପ୍ରାୟ ୫୦ ବର୍ଷ ଧରି ସ୍କଟିସ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଭାବରେ କାର୍ଯ୍ୟ କରିଛନ୍ତି। ସେ ଜଣେ ମହାନ ଶିକ୍ଷକ ଥିଲେ। ସେ ଯୁବ ବୈଜ୍ଞାନିକମାନଙ୍କ ପିଢିକୁ ପ୍ରେରଣା ଦିଅନ୍ତି। ବ୍ରିଟେନର ପିଟର ହିଗ୍ସ ଏବଂ ବେଲଜିୟମର ଫ୍ରାଙ୍କୋଇସ୍ ଏଙ୍ଗଲର୍ଟ ପଦାର୍ଥ ବିଜ୍ଞାନରେ ୨୦୧୩ ନୋବେଲ ପୁରସ୍କାର ପାଇଥିଲେ। ଉଭୟ ବୈଜ୍ଞାନିକ ପରମାଣୁଠାରୁ ଛୋଟ କଣିକାର ବହୁଳ ବ୍ୟାଖ୍ୟା କରିବାର ପ୍ରକ୍ରିୟାର ତତ୍ତ୍ୱଗତ ଆବିଷ୍କାର କରିଥିଲେ । ସେ ୨୦୧୨ ରେ ହିଗ୍ସ ସେଣ୍ଟର ଫର ଥିଓରିଟିକାଲ୍ ଫିଜିକ୍ସ ପ୍ରତିଷ୍ଠା କରିଥିଲେ |

 

Related posts

ଶ୍ରୀଲଙ୍କାରେ ଦର ଦାମ ବୃଦ୍ଧିକୁ ନେଇ ରାଜ ରାସ୍ତାରେ ସାଧାରଣ ଜନତା

mahabharatanews

ପୁଣି ଅଶାନ୍ତ ହେଲା ଆମେରିକାର ଟେକ୍ସାସ ସହର, ଗୁଳି ମାଡ଼ରେ ୫ ମୃତ

mahabharatanews

ଇସ୍ରାଏଲ-ଗାଜା ଯୁଦ୍ଧ: ଗୋଟିଏ ପରିବାରର ୭୬ଜଣ ମୃତ

mahabharatanews