ଭାରତ

“ମୋତେ କିଣିପାରିବା ଭଳି ଧନ ବିଜେପି ପାଖରେ ନାହିଁ ” : ପ୍ରକାଶ ରାଜ୍

(ମୁମ୍ବାଇ) : “ମୋତେ କିଣିପାରିବା ଭଳି ଧନ ବିଜେପି ପାଖରେ ନାହିଁ ” । କିଛି ଏଭଳି କହିଛନ୍ତି ସାଉଥ୍ ଷ୍ଟାର ପ୍ରକାଶ ରାଜ୍ ।  ଅଭିନେତା ପ୍ରକାଶ ରାଜ ବିଜେପିରେ ସାମିଲ ହେବା ନେଇ ସୋସିଆଲ ମିଡ଼ିଆରେ ଏହି ଖବର ଭାଇରାଲ ହେଉଥିଲା । The Skin Doctor ନାମକ ଏକ୍ସ ଆକାଉଣ୍ଟରୁ କରାଯାଇଥିବା ଟ୍ୱିଟ୍ ପରେ ଏହି ଗୁଜବ ବ୍ୟାପିଥିଲା ।

ସେ ଏକ୍ସରେ ଲେଖିଥିଲେ, ଲୋକପ୍ରିୟ ଅଭିନେତା ପ୍ରକାଶ ରାଜ ଏପ୍ରିଲ ୪ ତାରିଖ ଦିନ ୩ଟାରେ ବିଜେପିରେ ସାମିଲ ହେବେ । ଏହି ଟ୍ୱିଟ୍ ସାମାଜିକ ଗଣମାଧ୍ୟମରେ ହଇଚଇ ସୃଷ୍ଟି କରିଥିଲା । ବିଜେପିଠାରୁ ସମ୍ପୂର୍ଣ୍ଣ ଭିନ୍ନ ଚିନ୍ତାଧାରା ପୋଷଣ କରୁଥିବା ପ୍ରକାଶ କିପରି ସେହି ଦଳରେ ସାମିଲ ହୋଇପାରିବେ ସେନେଇ ଜନସାଧାରଣ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏହି ଟ୍ୱିଟ୍ ପ୍ରକାଶଙ୍କ ନିକଟରେ ପହଞ୍ଚିବା ପରେ ଏବେ ସେ ଏହା ଉପରେ ସେ ନିଜ ପ୍ରତିକ୍ରିୟା ରଖିଛନ୍ତି ।  ଏହା ଦେଖି ଅଭିନେତା ନିଜେ ଏହି ଖବରକୁ ମିଛ ବୋଲି କହି ସ୍ପଷ୍ଟୀକରଣ ଦେଇଛନ୍ତି ।

Related posts

ମୋରକୋରେ ଭୂକମ୍ପ ,୬.୮ ତୀବ୍ରତା ରେକର୍ଡ 

mahabharatanews

୩ ଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

mahabharatanews

କୃଷକ ନେତା ରାକେଶ ଟିକାୟତଙ୍କ ମୁହଁରେ କାଳି ମାଡ଼

mahabharatanews