ଭାରତ

ପ୍ରଥମ ପର୍ଯ୍ୟାୟ ବିଜ୍ଞପ୍ତି ପ୍ରକାଶ 

(ଦିଲ୍ଲୀ) : ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟରେ ୧୭ଟି ରାଜ୍ୟ ଓ ୪ଟି କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଆସନରେ ମତଦାନ ହେବ। ଏହା ସହ ଏହି ସମସ୍ତ ୧୦୨ ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି ।

ସୂଚନାନୁଯାୟୀ , ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟରେ ତାମିଲନାଡୁର ୨୯ଟି, ଉତ୍ତରପ୍ରଦେଶରେ ୮ଟି, ରାଜସ୍ଥାନର ୧୨ଟି, ଉତ୍ତରାଖଣ୍ଡର ୫ଟି, ଅରୁଣାଚଳ ପ୍ରଦେଶର ୨ଟି, ଆସାମର ୫ଟି, ବିହାରର ୪ଟି, ଛତିଶଗଡ଼ର ୧ଟି, ମଧ୍ୟପ୍ରଦେଶର ୬ଟି, ମହାରାଷ୍ଟ୍ରର ୫ଟି, ମଣିପୁରର ଟି୨, ମେଘାଳୟର ୨ଟି, ମିଜୋରାମର ୧ଟି, ନାଗାଲାଣ୍ଡର ୧ଟି, ସିକିମର ୧ଟି, ତ୍ରିପୁରା ୧ଟି, ପଶ୍ଚିମବଙ୍ଗର ୩, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ୧ଟି, ଜମ୍ମୁ-କଶ୍ମୀର ୧ଟି, ଲାକ୍ଷାଦ୍ୱୀପ ୧ଟି ଓ ପୁଡୁଚେରୀ ୧ଟି ଆସନ ପାଇଁ ଭୋଟଗ୍ରହଣ ହେବ  ।

Related posts

ଦେଶରେ ଦିନକରେ ୧୪,୧୪୮ ଆକ୍ରାନ୍ତ ଚିହ୍ନଟ ଓ ୩୦୨ ଜଣ ମୃତ

mahabharatanews

ସାଂସଦ ପଦ ରଦ୍ଦ ପ୍ରାସଙ୍ଗ : ସୁପ୍ରମିକେର୍ଟ ଦ୍ୱାରସ୍ଥ ହେଲେ ଅହୁଆ ମୈତ୍ର

mahabharatanews

ଜ୍ଞାନବାପି ମସଜିଦରେ ମିଳିଥିବା ‘ଶିବଲିଙ୍ଗ’ର ବୈଜ୍ଞାନିକ ପରୀକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ରୋକ

mahabharatanews