ଭାରତ

‘ଅନୁପ୍ରବେଶକାରୀ’କୁ ଏଭଳି କହିଲେ ମୋଦି

(ଦିଲ୍ଲୀ) : ମୁସଲମାନଙ୍କ ବିରୋଧରେ ‘ଅନୁପ୍ରବେଶକାରୀ’ ମନ୍ତବ୍ୟକୁ ନେଇ ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ପୁଣି ଏହାକୁ ଦେହରାଇ କହିଛନ୍ତି ଯେ ସେ ସତ୍ୟ ହିଁ କହିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଥିଲେ ଦେଶର ସମ୍ବଳ ଉପରେ ମୁସଲମାନଙ୍କର ପ୍ରଥମ ଦାବି ରହିବା ଉଚିତ।

ସୂଚନାନୁଯାୟୀ , ମୁଁ ଉକ୍ତ ବୈଠକରେ ଉପସ୍ଥିତ ଥିଲି ଯେଉଁଠାରେ ସେ ଏହା କହିଥିଲି। ସେ ଥରେ ନୁହେଁ ଏକାଧିକ ଥର ଏହା କହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୨୦୦୪ରେ କ୍ଷମତାକୁ ଆସିବା ପରେ କଂଗ୍ରେସ ପ୍ରଥମ ଥର ପାଇଁ ଏସ୍‌ସି-ଏସ୍‌ଟି ଓ ଓବିସି ସଂରକ୍ଷଣ ଛଡ଼ାଇନେଇ ମୁସଲମାନମାନଙ୍କୁ ଦେବାର ପାଇଲଟ ପ୍ରୋଜେକ୍ଟ ହାତକୁ ନେଇଥିଲା। କଂଗ୍ରେସ ଏହି ପ୍ରକଳ୍ପକୁ ସମଗ୍ର ଦେଶରେ ଲାଗୁ କରିବାକୁ ଚାହୁଥିଲା। କିନ୍ତୁ ସୁପ୍ରିମ୍‌କୋର୍ଟଙ୍କ ହସ୍ତକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇପାରି ନ ଥିଲା ବୋଲି ସେ କହିଛନ୍ତି।

Related posts

ଦେଶରେ ୨୪ ଘଣ୍ଟା ମଧ୍ୟରେ ୪,୫୭୫ ଆକ୍ରାନ୍ତ ଚିହ୍ନଟ ଓ ୧୪୫ ଜଣ ମୃତ

mahabharatanews

୧୯ରେ ‘ଏୟାର୍‌ ସୋ’ ପ୍ରଦର୍ଶନ କରିବ ଭାରତୀୟ ବାୟୁସେନା

mahabharatanews

ନୀତିନଙ୍କୁ ଭେଟିଲେ ଧର୍ମେନ୍ଦ୍ର

mahabharatanews