ଏଣିକି ଆଉ କାଚ ବୋଲତରେ ମିଳିବ ନାହିଁ ମଦ । ରାଜ୍ୟରେ ବଜେଟ୍ ଅଧିବେଶନ ଚାଲିଥିବାବେଳେ ବିଧାୟକ ସନାମହାକୁଡଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ଆଉ କହିଛନ୍ତି ରାଜ୍ୟରେ ଠିପି ଖୋଲା ଓ ଠିପି ବନ୍ଦ ମଦ କାଚ ବତୋଲ ଦ୍ୱାôରା କୌଣସି ପ୍ରକାର କ୍ଷତି ନେଇ ବର୍ତ୍ତମାନ ସୁଦ୍ଧା କୌଁଣସି ପ୍ରକାର ଅଭିଯୋଗ ହୋଇନି ।

ତଥାପି ଅବକାରୀ ଅବକାରୀ ନୀତି ଅନୁସାରେ କାଚ ବୋତଲର ପରିବର୍ତ୍ତେ ଟେଟ୍ରା ପ୍ୟାକ୍ ବ୍ୟବହାରକୁ ଅନୁମତି ଦିଆଯାଇଛି, ଯାହା ପରିବେଶ ସୁରକ୍ଷା ପାଇଁ ଅନୁକୂଳ ମଧ୍ୟ ଅଟେ । ଏହା ସହିତ, ପରିବେଶ ସୁରକ୍ଷାର ଦୃଷ୍ଟିକୋଣରୁ ସରକାର ସମସ୍ତ ସମ୍ପୃକ୍ତ ସଂସ୍ଥା/ବ୍ୟକ୍ତି ମାନଙ୍କୁ କାଚ ବୋତଲର ପୁନଃ ବ୍ୟବହାର (ରିସାଇକ୍ଲି) ପାଇଁ ଉତ୍ସାହିତ କରୁଛି…
