ଓଡିଶା

ମେ’ ୨୩ତାରିଖରେ ଓଏଏସ ପ୍ରିଲିମିନାରୀ ପରୀକ୍ଷା

ଭୁବନେଶ୍ୱର: ପ୍ରିଲିମିନାରୀ ପରୀକ୍ଷା ମେ’ ୨୩ତାରିଖ ହେବ । ଏନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ୩୯୨ଟି ପଦବୀ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେବ। ରବିବାର ୫ଟି ଜୋନରେ ଭୁବନେଶ୍ୱର, କଟକ ସମେତ ସମ୍ବଲପୁର, ବାଲେଶ୍ୱର ଓ ବ୍ରହ୍ମପୁରରେ ପରୀକ୍ଷା ହେବ। ଦୁଇଟି ସିଟିଂରେ ୨ଘଣ୍ଟା ଲେଖାଏଁ ପରୀକ୍ଷା ହେବ। ସକାଳ ୧୦ଟାରୁ ୧୨ଟା ପର୍ୟ୍ୟନ୍ତ ଜେନେରାଲ ଷ୍ଟଡିଜ ପେପର-୧ ପରୀକ୍ଷା ଓ ଅପରାହ୍ନ ସାଢ଼େ ୧ଟାରୁ ସାଢ଼େ ୩ଟା ପର୍ୟ୍ୟନ୍ତ ଜେନେରାଲ ଷ୍ଟଡିଜ ପେପର-୨ ପରୀକ୍ଷା ହେବ । ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ପରୀକ୍ଷାର୍ଥୀ ଆଡମିଟ୍ କାର୍ଡ ବା ଆଡମିଶନ ସାର୍ଟିଫିକେଟ ଓଡ଼ିଶା ଲୋକସେବା ଆୟୋଗଙ୍କ ୱେବସାଇଟରୁ ଡାଉନଲୋଡ୍ କରିପାରିବେ।

 

Related posts

“ସାଇବର-କଭଚ”ର ସ୍ୱତନ୍ତ୍ର ଅଭିଯାନ

mahabharatanews

ଦହିବରା ବଞ୍ଚେଇଦେଲା ପୁଅର ଜୀବନ

mahabharatanews

ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ପରୀକ୍ଷା ଦର୍ପଣ ପୁସ୍ତିକା ଉନ୍ମୋଚିତ

mahabharatanews