ଓଡିଶା

ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ 

(ଭୁବନେଶ୍ୱର) : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ସଂଧ୍ୟା ୫ଟା ସୁଦ୍ଧା ୬୭.୦୭ ପ୍ରତିଶତ ମତଦାନ ହୋଇଥିବା ନେଇ ସୂଚନା ରହିଛି । ସେହିପରି ଦେଶରେ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ୬୨.୩୧ ପ୍ରତିଶତ ଲୋକ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ନିଜର ମତ ସାବ୍ୟସ୍ଥ କରିଛନ୍ତି ।

ସୂଚନାନୁଯାୟୀ , ଓଡ଼ିଶାର କଳାହାଣ୍ତିରେ ୬୭.୦୭ପ୍ରତିଶତ, ନବରଙ୍ଗପୁରରେ ୬୫.୦୭ପ୍ରତିଶତ, କୋରାପୁଟରେ ୬୧.୪୩ ପ୍ରତିଶତ ଏବଂ ସବୁଠୁ କମ୍ ବ୍ରହ୍ମପୁରରେ ୫୮ ପ୍ରତିଶତ ମତଦାନ ହୋଇଛି । କୋରାପୁଟର କୋଟିଆରେ ରେକର୍ଡ ସଂଖ୍ୟକ ମତଦାନ ହୋଇଛି । କୋଟିଆ ପଞ୍ଚାୟତର ୯ଟି ବୁଥରେ ୫୩.୩ ପ୍ରତିଶତ ମତଦାନ ହୋଇଛି । ଉପରେ ୟୁସୁଫ ପଠାନଙ୍କ ବୟାନ, କହିଲେ ମୋର ଏଠାରେ . ନିର୍ବାଚନ ପରିଚାଳନାରେ ତ୍ରୁଟି ପାଇଁ ୨ ଜଣ ପୋଲିଂ ଅଫିସରଙ୍କୁ ସସପେଣ୍ତ କରାଯାଇଛି । ୨ ପ୍ରିଜାଇଡିଂ ଅଫିସରଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ଏହି ଦୁଇ ଅଧିକାରୀ ଡ୍ୟୁଟିରେ ଅବହେଳା କରୁଥିବାର ୱେବ୍ କାଷ୍ଟିଂରେ ଦେଖିବାକୁ ମିଳିଥିଲା ।

Related posts

କୁଳଡିହା ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ  

mahabharatanews

ଶିକ୍ଷକ ଦମ୍ପତିଙ୍କୁ ଭୁଜାଲିରେ ଆକ୍ରମଣ କଲେ ତିନ ଦୁର୍ବୁତ୍ତ

mahabharatanews

ମଠକରଗୋଳା କଲେଜର ବାର୍ଷିକ ଉତ୍ସବ

mahabharatanews