(ଭୁବନେଶ୍ୱର) : ରାଜଭବନରେ ପହଞ୍ଚିଲେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । ପୁରୀ ଯାଇ ମହାପ୍ରଭୁଙ୍କ ଆଶ୍ରୀବାଦ ନେବା ପରେ ଭୁବନେଶ୍ଵର ସ୍ଥିତ ରାଜଭବନରେ ପହଞ୍ଚିଛନ୍ତି ନବନିଯୁକ୍ତ ରାଜ୍ୟପାଳ । ଆସନ୍ତାକାଲି ସେ ଓଡିଶାର ନୂତନ ରାଜ୍ୟପାଳ ଭାବେ ଶପଥ ନେବେ ।
ସୂଚନାନୁଯାୟୀ , ଆଜି ସକାଳ ୧୦ଟା ସମୟରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶିଷ ଲାଭ କରିଥିଲେ । ଏହାପରେ ପୁରୀ ରାଜଭବନ ଯାଇ ବିଶ୍ରାମ ନେଇଥିଲେ । ରାଜଭବନରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରିଥିଲେ । ମହାପ୍ରଭୁଙ୍କୁ ଦର୍ଶନ ପରେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ମୁଁ ବହୁତ ଭାଗ୍ୟଶାଳୀ, ଓଡ଼ିଶାର ଜନତାଙ୍କ ସେବା ସୌଭାଗ୍ୟ ମିଳିଲା । ଚେଷ୍ଟା ରହିବ ଗରିବ, ଶୋଷିତ, ବଞ୍ଚିତଙ୍କ ଜୀବନସ୍ତର ଯେମିତି ଉଚ୍ଚକୁ ଉଠିବ । କେନ୍ଦ୍ର ଓ ରାଜ୍ୟର ଯୋଜନା ଗରିବଙ୍କ ପର୍ଯ୍ୟନ୍ତ ପହଞ୍ଚିବା ଦାୟିତ୍ୱ ନେବି ବୋଲି ସେ କହିଛନ୍ତି ।