ଓଡିଶା

ଅସହ୍ୟ ଗରମ ସହ ଗୁଳୁଗୁଳି, ପାରଦ ୪୦ ଡିଗ୍ରୀ ପାର

(ଭୁବନେଶ୍ୱର) : ଅସହ୍ୟ ହୋଇପଡିଲାଣି ଗରମ ସହ ଗୁଳୁଗୁଳି  ।  ଆଗାମୀ ୫ ଦିନ ଯାଏ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ । ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ କିମ୍ବା ତା ଠାରୁ ଅଧିକ ରହିବ । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଖରା ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବାକୁ ଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ଏ ସ୍ଥିତି ଆଉ ୫ ଦିନ ଲାଗି ରହିବ ବୋଲି  ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ତେବେ ସୂଚନାନୁସାରେ, ସମ୍ବଲପୁରରେ ସର୍ବାଧିକ ୪୦.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ, ଝାରସୁଗୁଡାରେ ୪୦, ହୀରାକୁଦରେ ୩୯, କେନ୍ଦୁଝରରେ ୩୬.୨ ଡ଼ିଗ୍ରୀ, ଚାନ୍ଦବାଲିରେ ୩୬, ଭୁବନେଶ୍ୱରରେ ୩୫.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ବାଲେଶ୍ୱରରେ ୩୪.୪, ଗୋପାଳପୁରରେ ୩୩.୪ ଡ଼ିଗ୍ରୀ, ପୁରୀରେ ୩୩, ପାରାଦୀପରେ ୩୨.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Related posts

ଖୋଲିବନି ଶ୍ରୀମନ୍ଦିର ୪ ଦ୍ୱାର 

mahabharatanews

ଆସନ୍ତାକାଲି ଓଡିଶା ଆସିବେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ

mahabharatanews

ମାଛ ଧରିବାକୁ ଯାଇ ୧୫ଜଣ ମତ୍ସ୍ୟଜୀବୀ ଅଟକ

mahabharatanews