ଭୁବନେଶ୍ୱର : ଓଡ଼ିଶାକୁ ନାହିଁ ବାତ୍ୟାର ଭୟ | ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତ | ଆଜି ସଂଧ୍ୟାରେ ବାତ୍ୟାର ରୂପ ନେବ, କାଲି ସକାଳ ଯାଏ ତୀବ୍ରତା ବଢିଚାଲିବ | ଆସନ୍ତାକାଲି ସଂଧ୍ୟା ବେଳକୁ ଦୁର୍ବଳ ହୋଇଯିବ | ଓଡ଼ିଶା ଉପକୂଳଠୁ ୨୦୦ କି.ମି ବା ତାଠାରୁ ଅଧିକ ଦୂରରେ ରହିବ ବାତ୍ୟା | ୨୩ ଓ ୨୪ ତାରିଖରେ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା | ଉପକୂଳ ଅଞ୍ଚଳରେ କୋହଲା ପବନ ରହିବ | ପଶ୍ଚିମବଙ୍ଗରେ ପବନର ବେଗ ଅଧିକ ରହିବ ସୂଚନା ଦେଲେ ଆଇଏମଡି ଡିଜି |
ଆସନ୍ତା ୨ ଦିନ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବା ସହ ବାଂଲାଦେଶ ଉପକୂଳ ମୁହାଁଇବ । ୨୫ ତାରିଖ ସୁଦ୍ଧା ବାଂଲାଦେଶ ଉପକୂଳ ଅତିକ୍ରମ କରିବ ବାତ୍ୟା ହମୁନ୍। ଏହାର ପ୍ରଭାବରେ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରିର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।
