ଓଡିଶାରାଜନୀତି

ଆର୍ଥିକ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶର ନମ୍ବର-୧ ରାଜ୍ୟ: ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ଅର୍ଥନୀତି ପରିଚାଳନା କ୍ଷେତ୍ରରେ ଓଡିଶା ଦେଶରେ ଏକ ନମ୍ବର ରାଜ୍ୟ ବୋଲି ଅର୍ଥମନ୍ତ୍ରୀଙ୍କ ବଡ଼ ବୟାନ । ଅର୍ଥମନ୍ତ୍ରୀ କହିବା ଅନୁଯାୟୀ, ଋଣ କରି କେବଳ ବିକାଶ ମୂଳକ କାର୍ଯ୍ୟରେ ବିନିଯୋଗ କରାଯାଉଛି। ସବୁଠୁ କମ ଋଣ ନେବାରେ ଓଡିଶା ଆଗକୁ ନମ୍ବର ୱାନ୍ ରାଜ୍ୟ ହେବ। ମାର୍ଚ୍ଚ ୩୧ରେ କର୍ଣ୍ଣାଟକକୁ ପଛରେ ପକାଇ ଓଡିଶା ଏକ ନମ୍ବର ହେବ ବୋଲି ବିଧାନସଭାରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ।

ଅନ୍ୟପକ୍ଷେ ପୌର ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀଙ୍କୁ ଅଫିସରମାନେ ଭେଟିବାକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ । ଗୃହ ଭିତରେ ସରକାରଙ୍କୁ କଡା ଭାଷାରେ ତାତ୍ସଲ୍ୟ କରିବା ସହ ସୁର କହିଛନ୍ତି, ରାଜ୍ୟ ଋଣରେ ବୁଡିଲେ ମଧ୍ୟ ମୁଖ୍ୟମନ୍ତ୍ରୀ, ପାଣ୍ଡିଆନ ଓ ବବିଙ୍କ ବିନା ନିର୍ଦ୍ଦେଶରେ ମନ୍ତ୍ରୀ ପଦୁଟିଏ ବି କହି ପାରିବେ ନାହିଁ । ଯାହାର ଉତ୍ତରରେ ନିଜ ଆସନରେ ଛିଡା ହୋଇ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ଗୃହ ବିବରଣୀରୁ ପାଣ୍ଡିଆନଙ୍କ ନାଁ ବାଦ ଦେବାକୁ ଦାବି କରିଥିବା ସମୟରେ ବାଚସ୍ପତି ଏହାକୁ ଗୃହ ବିବରଣୀରୁ ବାଦ ଦେବାକୁ କହିଥିଲେ ।

ସେହିଭଳି ରାଜ୍ୟର ଋଣଭାର କେତେ? ପ୍ରତି ମୁଣ୍ଡପିଛା ଋଣ କେତେ ରହିଛି । ଋଣ ଟଙ୍କା କେଉଁ କାର୍ଯ୍ୟରେ ଲାଗୁଛି ।ଏନେଇ ବିଧାୟକ ସୁର ରାଉତରାୟ ଓ ତାରା ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ସେ କହିଛନ୍ତି, ବର୍ତ୍ତମାନ ରାଜ୍ୟର ମୁଣ୍ଡ ପିଛା ଋଣ ଭାର 22 ହଜାର 827 ଟଙ୍କା ରହିଛି । ରାଜ୍ୟ ସରକାର ଯେତିକି ଋଣ କରୁଛନ୍ତି ସେ ସବୁ ଟଙ୍କା କେବଳ ରାଜ୍ୟର ବିକାଶ ମୂଳକ କାର୍ଯ୍ୟରେ ବ୍ୟବହାର କରାଯାଉଛି । ଏହି ଟଙ୍କାରେ କର୍ମଚାରୀଙ୍କୁ ଦରମା ଦିଆଯାଉ ନାହିଁ । ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ବିଭିନ୍ନ ଉତ୍ସରୁ 1 ଲକ୍ଷ 6 ହଜାର କୋଟି ଟଙ୍କା ଋଣ କରିଛନ୍ତି । ଏଫଆରବିଏମ ଆକ୍ଟ ଅନୁଯାୟୀ 25 ପ୍ରତିଶତ ଋଣ କରିବାର ଧର୍ଯ୍ୟ ଠାରୁ ଆମେ ବହୁତ ତଳେ ରହିଛୁ ।

ସେହିଭଳି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରୀତାକୁ ନେଇ ବିଧାନସଭାରେ ଉଦବେଗ ସୃଷ୍ଟି ହୋଇଥିଲା। ଏହି ଯୋଜନାକୁ ନେଇ ଅନେକ ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇଲେ କଂଗ୍ରେସ ଓ ବିଜେପିର ସଦସ୍ୟ । ବର୍ତ୍ତମାନ ସୁଦ୍ଧା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଅନେକ ହସ୍ପିଟାଲ ସହ ଏହି ଯୋଜନା ବନ୍ଧିତ ଥିଲେ ମଧ୍ୟ ସେବା ସଠିକ୍ ଭାବେ ଯୋଗାଇ ଦିଆଯାଉନାହିଁ ବୋଲି ବିରୋଧି ଅଭିଯୋଗ କରିଛନ୍ତି । ତେବେ ଏହାର ଉତ୍ତରରେ ଏଥିରେ ହସ୍ପିଟାଲ ସହିତ କିଛି କମ୍ୟୁନିକେସନ ଗ୍ୟାପ ଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ସେହିପରି ଏହି ଯୋଜନା ଅନୁଯାୟୀ, ତେବେ ଏହି ଯୋଜନାରେ ରାଜ୍ୟ ଭିତରେ 315 ବେସରକାରୀ ହସ୍ପିଟାଲ ଓ ରାଜ୍ୟ ବାହାରେ 15 ଟି ହସ୍ପିଟାଲକୁ ଅନ୍ତର୍ଭୁକ୍ତ କରାଯାଇଛି । ସେପ୍ଟେମ୍ବର 2021 ରୁ ଆଜି ସୁଦ୍ଧା 1 ଲକ୍ଷ 20552 ପରିବାର ଆବେଦନ କରିଛନ୍ତି । ରାଜ୍ୟ ସରକାର 231 କୋଟି 38 ଲକ୍ଷ 63 ହଜାର 98 ହଜାର ଟଙ୍କା ପଇଠ କରିଥିବା ନେଇ ଗୃହରେ ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।

Related posts

୧୫ ସୁଦ୍ଧା ଶ୍ରୀମନ୍ଦିର କାମ ସାରିବାକୁ ନିର୍ଦେଶ ଦେଲେ ଭି କେ ପାଣ୍ଡିଆନ୍ 

mahabharatanews

ଜାମିନରେ ଆସି ଗଣଦୁଷ୍କର୍ମ ପୀଡିତାଙ୍କ ଦେହରେ ନିଆଁ ଲଗାଇଲେ ଅଭିଯୁକ୍ତ

mahabharatanews

ଲାଇନ ସଜାଡୁଥିବା ବେଳେ ବିଦ୍ୟୁୂତ ବିଭାଗ କର୍ମଚାରୀଙ୍କ ମୃତ୍ୟୁ

mahabharatanews

Leave a Comment