ଅପରାଧଓଡିଶା

କୋଟିପତି ଅଧୀକ୍ଷଣ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି: ଭିଜିଲାନ୍ସ ଇତିହାସରେ ରେକର୍ଡ଼ ସଂଖ୍ୟକ କ୍ୟାସ ଜବତ

ମାଲକାନଗିରି: କୋଟିପତି ଅଧୀକ୍ଷଣ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି । ଓଡ଼ିଶା ଭିଜିଲାନ୍ସ ଇତିହାସରେ ରେକର୍ଡ଼ ସଂଖ୍ୟକ କ୍ୟାସ ଜବତ । ରେଡ୍ ସମୟରେ ମିଳିଲାଣି କୋଟି କୋଟି ଟଙ୍କାର ସମ୍ପତ୍ତି। ଚତୁର୍ଥ ଦିନରେ ବି ସରୁନି ଭିଜିଲାନ୍ସ ବିଭାଗର ଖୋଳତାଡ଼ । ମାଲକାନଗିରି ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ଘରେ ରେଡ୍‌ ସମୟରେ ୧ କୋଟି ୩୯ ଲକ୍ଷ ଟଙ୍କା ଜବତ ହୋଇଥିବା ସମୟରେ ୬୩୦ ଗ୍ରାମ ସୁନା ମଧ୍ୟ ଭିଜିଲାନ୍ସ ବିଭାଗ ଜବତ କରିଛି । ଏଥିସହ ୪ କୋଟି ଟଙ୍କା ବ୍ୟାଙ୍କରେ ଜମା ହୋଇଥିବା ସୂଚନା ଦେଇଛି ଭିଜିଲାନ୍ସ ବିଭାଗ । ଆଜି ଚତୁର୍ଥ ଦିନରେ ଆଶିଷ ଦାସଙ୍କ ମାଲକାନଗିରି ଓ କଟକ ତ୍ରିଶୁଳିଆ ସ୍ଥିତ ଘରେ ଭିଜିଲାନ୍‌ସ ରେଡ୍ ଜାରି ରହିଛି । ତେବେ ସୂଚନା ଅନୁଯାୟୀ ଘଟଣାରେ ୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଅସ୍ତାବର ସମ୍ପତ୍ତି ଜବତ ହୋଇ ସାରିଲାଣି ।

ସୂଚନା ଅନୁଯାୟୀ, ପୂର୍ବରୁ ମାଲକାନଗିରି ଅଧୀକ୍ଷଣ ଯନ୍ତ୍ରୀଙ୍କ ନିକଟରୁ ୨୧ଲକ୍ଷ ୭୫ହଜାର ଟଙ୍କା ଓ ୬୦୨ ଗ୍ରାମ ସୁନା ଜବତ ହୋଇଥିଲା । ତେବେ ଏହି ସବୁ ସମ୍ପତ୍ତି ମିଶାଇଲେ ୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଅସ୍ତାବ ସମ୍ପତ୍ତି ଜବତ ହୋଇଛି । ଯାହା ରାଜ୍ୟ ଭିଜିଲାନ୍ସ ଇତିହାସରେ ରେକର୍ଡ଼ ସଂଖ୍ୟକ କ୍ୟାସ ଜବତର ଏକରକମର ରେକର୍ଡ଼ ସୃଷ୍ଟି କରିଛି । ରେଡ୍‌ ବେଳେ ୧୨ଟି ବ୍ୟାଙ୍କ ଆକାଉଣ୍ଟ ନେଇ ଯାଞ୍ଚ କରାଯାଇଛି । ଆହୁରି ଅନେକ ବ୍ୟାଙ୍କ ଆକାଉଣ୍ଟ ଓ ୨ଟି ବ୍ୟାଙ୍କ ଲକରରେ ଯାଞ୍ଚ ହେବ। ତେଣୁ ଜବତ ସଂପତ୍ତି ପରିମାଣ ଆଗକୁ ଆହୁରି ବଢିପାରେ ବୋଲି ସୂଚନା ମିଳୁଛି ।

Related posts

ଗଞ୍ଜାମରୁ ଆଉ ୩୮ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

କୁଜଙ୍ଗକୁ ଏନ୍ଏସିର ମାନ୍ୟତା ନମିଳିଲେ ପ୍ରଶାସନକୁ ଅଚଳ କରାଯିବ, ଦରକାର ପଡିଲେ ତହସିଲ ଘେରାଉ ହେବ

mahabharatanews

ପେଟ୍ରୋଲପମ୍ପ ଗୁଡିକୁ ଏକାଥରକେ ୫୦ ଲିଟର ରୁ ଅଧିକ ପେଟ୍ରୋଲ ବିକ୍ରି ମନା…

mahabharatanews