ଓଡିଶା

 ୯ ଓ ୧୦ରେ ମିଲେଟସ୍ ଆନ୍ତର୍ଜାତିକ ସମ୍ମିଳନୀ

(ଭୁବନେଶ୍ୱର) : ବଢିବ ମିଲେଟସର୍ ଚାହିଦା । ଉପଭୋକ୍ତା ସ୍ତରରେ ମିଲେଟସର୍ ପର୍ଯ୍ୟାପ୍ତ ଚାହିଦା ସୃଷ୍ଟି ପାଇଁ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା । ଓଡ଼ିଶା ମିଲେଟ୍ ମିଶନର ବିଭିନ୍ନ ଲକ୍ଷ୍ୟ ଏବଂ ରାଜ୍ୟ ସରକାରଙ୍କ ଦ୍ଵାରା ନଭେମ୍ବର ୯ ଓ ୧୦ ତାରିଖରେ ଆୟୋଜିତ ହେବାକୁ ଥ‌ିବା ଦୁଇଦିନିଆ ମିଲେଟସ୍ ସମ୍ବନ୍ଧୀୟ ଆନ୍ତର୍ଜାତିକ ସମ୍ମିଳନୀ ପାଇଁ ଆଜି ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।

ସୂଚନାନୁଯାୟୀ , କୃଷକମାନେ ପାରମ୍ପରିକ ବାଣିଜ୍ୟିକ ଖାଦ୍ୟଶସ୍ୟ ବଦଳରେ ମିଲେଟସ୍ ଚାଷ ପ୍ରତି ପ୍ରୋତ୍ସାହିତ ହେବେ । ଏଥି ପାଇଁ ବିଭାଗ ପକ୍ଷରୁ ମିଲେଟସ୍ ଚାଷୀ ଏବଂ ମିଶନ ଶକ୍ତି ଅନ୍ତର୍ଗତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ଦିଆଯାଉଥ‌ିବା ବିଭିନ୍ନ ପ୍ରୋତ୍ସାହନ ଓ ସହାୟତା ସଂପର୍କରେ ଉଲ୍ଲେଖ କରିଥିଲେ । ଓଡ଼ିଶା ମିଲେଟସ୍‌ର ୪ଟି ପାରମ୍ପରିକ ଭୂପ୍ରଜାତିର ବିହନ ଜାରି କରିବାରେ କୃତିତ୍ୱ ହାସଲ କରିବାରେ ଭାରତବର୍ଷରେ ପ୍ରଥମ ରାଜ୍ୟ ବୋଲି ଡ. ପାଢ଼ୀ କହିଥିଲେ ।

Related posts

ନାବାଳିକା ଅସଦାଚରଣ ମାମଲାରେ ୮ ବର୍ଷ ପରେ ଆସିଲା ରାୟ

mahabharatanews

ଅସହାୟ ଯକ୍ଷ୍ମା ରୋଗୀଙ୍କୁ ସାହାଯ୍ୟ ପାଇଁ ସରକାରଙ୍କ ନିକଟରେ ଦାବି

mahabharatanews

ଉପ ନିବନ୍ଧକ ଅଫିସ ଦାବିରେ ଧାରଣା

mahabharatanews