ଓଡିଶା

ବାହାନଗା ରେଳ ଦୁର୍ଘଟଣା : ୩ ରେଳ କର୍ମଚାରୀ ଗିରଫ

(ବାଲେଶ୍ଵର) :  ବାହାନଗା ରେଳ ଦୁର୍ଘଟଣାକୁ ମାସେ ଏକ ସପ୍ତାହ ଚାଲିଥିଲେ ମଧ୍ୟ ସେ  ଦିନର କରାଳ ରାତିର ଭୟଙ୍କର ଦୃଶ୍ୟ ମନରୁ ଲିଭିନି । ଏପଟେ ଏହି ମାମଲାରେ ୩ ରେଳ କର୍ମଚାରୀଙ୍କୁ ଗିରଫ କରିଛି  ସିବିଆଇ । ସିନିଅର ସେକ୍ସନ ଇଂଜିନିୟର ଅରୁଣ କୁମାର ମହନ୍ତ, ମହମ୍ମଦ ଆମୀର ଖାନ, ଟେକନିସିଆନ ପପୁ କୁମାର ଗିରଫ ହୋଇଥିବା ନେଇ ସୂଚନା ରହିଛି । ଆଇପିସି ଧାରା ୩୦୪ ଏବଂ ୨୦୧ରେ ଗରିଫ କରାଯାଇଛି । ଜାଣିକି ଟ୍ରେନକୁ ଦୁର୍ଘଟଣା ମୁହଁକୁ ଠେଲିଥିବା ଅଭିଯୋଗରେ ଗିରଫ ହୋଇଥିବା ନେଇ ସୂଚନା ।

ସୂଚନାନୁଯାୟୀ , ବାଲେଶ୍ବରଠାରୁ ୨୨ କିମି ଦୂର ବାହାନଗା ରେଳ ଷ୍ଟେସନ୍‌ଠାରେ ଘଟିଥିବା ଭୟାନକ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଇଥିଲେ । କିଛି ମୃତଦେହ ଏବେ ବି ସନ୍ଧେହ ଘେରରେ ରହିଛି । ମୃତକଙ୍କ ସଂଖ୍ୟା ଏଯାବତ୍ ୨୯୦ ଟପି ଯାଇଥିବା ଜଣାପଡ଼ିଛି।

Related posts

ଓଡ଼ିଶାରେ ହେବନି ମଦ ବ୍ୟାନ୍

mahabharatanews

କାହା ସ୍ୱାର୍ଥରେ ଆଡମ୍ବରପୂର୍ଣ୍ଣ ଉଦଘାଟନୀ?

mahabharatanews

‘ବଲ୍ଲେ ବଲ୍ଲେ ଢାବା’: ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କଲେ ଏଲିନା

mahabharatanews