ଓଡିଶା

ବାହାନଗା ରେଳ ଦୁର୍ଘଟଣା : ୩ ରେଳ କର୍ମଚାରୀ ଗିରଫ

(ବାଲେଶ୍ଵର) :  ବାହାନଗା ରେଳ ଦୁର୍ଘଟଣାକୁ ମାସେ ଏକ ସପ୍ତାହ ଚାଲିଥିଲେ ମଧ୍ୟ ସେ  ଦିନର କରାଳ ରାତିର ଭୟଙ୍କର ଦୃଶ୍ୟ ମନରୁ ଲିଭିନି । ଏପଟେ ଏହି ମାମଲାରେ ୩ ରେଳ କର୍ମଚାରୀଙ୍କୁ ଗିରଫ କରିଛି  ସିବିଆଇ । ସିନିଅର ସେକ୍ସନ ଇଂଜିନିୟର ଅରୁଣ କୁମାର ମହନ୍ତ, ମହମ୍ମଦ ଆମୀର ଖାନ, ଟେକନିସିଆନ ପପୁ କୁମାର ଗିରଫ ହୋଇଥିବା ନେଇ ସୂଚନା ରହିଛି । ଆଇପିସି ଧାରା ୩୦୪ ଏବଂ ୨୦୧ରେ ଗରିଫ କରାଯାଇଛି । ଜାଣିକି ଟ୍ରେନକୁ ଦୁର୍ଘଟଣା ମୁହଁକୁ ଠେଲିଥିବା ଅଭିଯୋଗରେ ଗିରଫ ହୋଇଥିବା ନେଇ ସୂଚନା ।

ସୂଚନାନୁଯାୟୀ , ବାଲେଶ୍ବରଠାରୁ ୨୨ କିମି ଦୂର ବାହାନଗା ରେଳ ଷ୍ଟେସନ୍‌ଠାରେ ଘଟିଥିବା ଭୟାନକ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଇଥିଲେ । କିଛି ମୃତଦେହ ଏବେ ବି ସନ୍ଧେହ ଘେରରେ ରହିଛି । ମୃତକଙ୍କ ସଂଖ୍ୟା ଏଯାବତ୍ ୨୯୦ ଟପି ଯାଇଥିବା ଜଣାପଡ଼ିଛି।

Related posts

ନିଜକୁ ଗୁଳି କରିଲେ CRPF ଅଫିସର

mahabharatanews

ମହିଳା ମହାବିଦ୍ୟାଳୟରେ ସ୍ବଛ ଭାରତ କାର୍ଯ୍ୟକ୍ରମ

mahabharatanews

ଦୂତିଙ୍କ ବିଏମଡବ୍ଲୁ ବିକ୍ରି ପୋଷ୍ଟରେ ସରସ୍ୱତୀଙ୍କ ସ୍କାନରରେ ଦୂତି

mahabharatanews

Leave a Comment