ଓଡିଶା

ବଢୁଛି ତାତି ; ଷଷ୍ଠ ସ୍ଥାନରେ ଭୁବନେଶ୍ୱର

(ଭୁବନେଶ୍ୱର) : ଆଜି ୧୦ ଉତ୍ତପ୍ତ ସହର ତାଲିକାରେ ଷଷ୍ଠ ସ୍ଥାନରେ ଭୁବନେଶ୍ୱର । ୪୩.୫ ଡିଗ୍ରୀ ସହ ଷଷ୍ଠ ସ୍ଥାନରେ ଭୁବନେଶ୍ୱର । ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଏ ନେଇ ସୂଚନା ଦେଇଛନ୍ତି । ଅନ୍ୟାନ୍ୟ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ବଢ଼ିଛି ।

ସୂଚନାନୁଯାୟୀ , ଅନୁଗୋଳ, ଝାରସୁଗୁଡ଼ା, ତାଳଚେର, ଟିଟିଲାଗଡ଼, ମାଲକାନଗିରି, ନୟାଗଡ଼, ବୌଦ୍ଧ ଓ ପାରଳାଖେମୁଣ୍ଡିରେ ଆଜି ତାପମାତ୍ରା ୪୨ ଡିଗ୍ରୀ ବା ଏହା ଉପରେ ରେକର୍ଡ କରାଯାଇଛି। ନିର୍ବାଚନ ତାରିଖ ଅନୁଗୋଳରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୨.୧ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୪୨, ତାଳଚେରରେ ୪୨.୫, ବଲାଙ୍ଗିରରେ ୪୨, ଟିଟିଲାଗଡ଼ରେ ୪୨, ମାଲକାନଗିରିରେ ୪୨.୨, ନୟାଗଡ଼ରେ ୪୨, ବୌଦ୍ଧରେ ୪୨.୨ ଓ ପାରଳାଖେମୁଣ୍ଡିରେ ୪୨.୬ ଡିଗ୍ରୀ ରେକର୍ଡ କରାଯାଇଛି। ଗତକାଲି ରାଜ୍ୟର ମାତ୍ର ଦୁଇଟି ସ୍ଥାନ- ବୌଦ୍ଧ ଓ ମାଲକାନଗିରିରେ ତାପମାତ୍ରା ୪୨ ଡିଗ୍ରୀ ଛୁଇଁ ଥିଲା। ସକାଳ ସାଢ଼େ ୮ଟାରେ ଭୁବନେଶ୍ୱରର ତାପମାତ୍ରା ୩୧.୨ ଡିଗ୍ରୀ ରହିଥିବା ବେଳେ ସାଢେ ୧୧ଟା ସୁଦ୍ଧା ୩୯.୮ ଓ ଦିନ ସାଢେ ୨ଟା ବେଳକୁ ଏହା ଛୁଇଁଥିଲା ୪୩.୨ ଡିଗ୍ରୀ।

Related posts

ମାଓ ନେତା ଏମକେସିଜି ମେଡିକାଲରେ ଅସ୍ତ୍ରୋପଚାର ପାଇଁ ଇଏନଟି ବିଭାଗରେ ଭର୍ତ୍ତି

mahabharatanews

ଆଜି କଟକ ଆସୁଛନ୍ତି ମମତା ବାନାର୍ଜୀ

mahabharatanews

ବିନା ଛୁଟିରେ ବହୁ ବର୍ଷ ଧରି କାର୍ଯ୍ୟରେ ଅନୁପସ୍ଥିତ ରହୁଥିବା ୨୪ ଶିକ୍ଷକଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଚାକିରିରୁ ବିଦା କରିଛନ୍ତି

mahabharatanews