ଭାରତ

ଆସାମ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାନହାନି କେସ

(ଆସାମ) : ଆସାମରେ କଂଗ୍ରେସ ସଭାପତି ଭୁପେନ କୁମାର ବୋରା ସ୍ଥାନୀୟ ଅଦାଲତରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ ୧୦କୋଟି ଟଙ୍କାର ମାନହାନି ମକଦ୍ଦମା ଦାୟର କରିଛନ୍ତି। କଂଗ୍ରେସ ନେତା ଦାବି କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଶର୍ମାଙ୍କ ମନ୍ତବ୍ୟ ଯୋଗୁଁ ତାଙ୍କ ଦଳର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି।

ସୂଚନାନୁଯାୟୀ , ମୁଖ୍ୟମନ୍ତ୍ରୀ ଶର୍ମାଙ୍କ ବ୍ୟତୀତ ସ୍ଥାନୀୟ ଖବରକାଗଜ ସମ୍ପାଦକଙ୍କୁ ଏହି ମାମଲାରେ ଅଭିଯୋଗ କରାଯାଇଛି। ବୋରା ଅଭିଯୋଗ କରିଛନ୍ତି ଯେ ସିଏମ ଶର୍ମାଙ୍କ ବିବୃତ୍ତି ମାଧ୍ୟମରେ କଂଗ୍ରେସର ରାଜ୍ୟ ସଭାପତି ଶୀଘ୍ର ଦଳ ଛାଡିବେ ବୋଲି ଦାବି କରାଯାଇଛି। ଏହା ତାଙ୍କ ଏବଂ ଦଳର ଭାବମୂର୍ତ୍ତିକୁ ଜନସାଧାରଣଙ୍କ ନିକଟରେ କ୍ଷୁର୍ଣ୍ଣ କରିଛି। ଆସାମର ମୁଖ୍ୟମନ୍ତ୍ରୀ ଦାବି କରିଥିଲେ ଯେ ବୋରା ବିଜେପିରେ ଯୋଗଦେବେ, କିନ୍ତୁ ପରେ ବିରୋଧୀ ଦଳ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।

Related posts

୨୦୦ କୋଟି ଠକେଇ ମାମଲାରେ ପକ୍ଷପାତ ଅଭିଯୋଗ ଆଣିଲେ ଜ୍ୟାକ୍‌ଲିନ୍‌

mahabharatanews

ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ତାରିଖ ଘୋଷଣା, ଏପ୍ରିଲ ୨୬ ରେ ଅନୁଷ୍ଠିତ

mahabharatanews

ଆଜି ହେବ ସାହାରା ଇଣ୍ଡିଆ ପ୍ରତିଷ୍ଠାତା ସୁବ୍ରତ ରାୟଙ୍କ ଶେଷକୃତ୍ୟ ସମ୍ପନ୍ନ   

mahabharatanews