ଓଡିଶା

 ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

(ଭୁବନେଶ୍ୱର) : ରାଜ୍ୟର କେତେକ ଜିଲ୍ଲାରେ ଆଜି ବି କୋହଲା ପାଗ ଦେଖିବାକୁ ମିଳିଛି । ୧୦ ଜିଲ୍ଲାର କେତେକ ସ୍ଥାନରେ କୋହଲା ପାଗ ସହ ହାଲୁକା ବର୍ଷା ଦେଖିବାକୁ ମିଳିଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା, ସମ୍ବଲପୁର, ବରଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଅନୁଗୁଳ, ଦେବଗଡ଼ର କିଛି ସ୍ଥାନରେ ବର୍ଷା ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କୋହଲା ପାଗ ଦେଖିବାକୁ ମିଳିଛି । ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ।

ସୂଚନାନୁଯାୟୀ , ଘଡ଼ଘଡ଼ି ସହ ମଧ୍ୟମଧରଣର ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ।  ବରଗଡ଼, ବଲାଙ୍ଗିର, ସୋନପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା , ସମ୍ବଲପୁର, ନୂଆପଡ଼ା, ବୌଦ୍ଧ, ଅନୁଗୁଳ, କେନ୍ଦୁଝରକୁ ୟେଲୋ ୱାର୍ଣ୍ଣିଂ କଟକ, ଖୋର୍ଦ୍ଧା, ଢେଙ୍କାନାଳ ଓ ଦେବଗଡ଼କୁ ୩ ଘଣ୍ଟା ପାଇଁ ୱାର୍ଣ୍ଣିଂ । ଖରା ଛାଇର ଲୁଚକାଳି ଖେଳ ଭିତରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ନୂଆପଡା, ବଲାଙ୍ଗୀର , ସୋନପୁର ,ବୌଦ୍ଧ ଆଦି ଜିଲ୍ଲାରେ ସ୍ଥାନେ ସ୍ଥାନେ ବର୍ଷା ରେକର୍ଡ଼ ହୋଇଛି।

Related posts

ନଦୀରେ ବୁଡ଼ି ଯୁବକ ମୃତ

mahabharatanews

ସାମ୍ବାଦିକଙ୍କ ବଟି ଆଦାୟ ପଛର କାରଣ?

mahabharatanews

ବିକାଶର ୧୮ତମ ବାର୍ଷିକମହୋତ୍ସବ ‘ଇଲେକ୍ଟ୍ରା-୨୦୧୯’ ଉଦଯାପିତ

mahabharatanews