ଓଡିଶା

 ଅସମ୍ଭାଳ ତାତି 

(ଭୁବନେଶ୍ୱର) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତାତି । ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩ ରୁ ୫ଡିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି । ଆଗାମୀ ସପ୍ତାହକ ମଧ୍ୟରେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ମାର୍ଚ୍ଚ ମାସ ଶେଷ ବେଳକୁ କିଛି ଅଞ୍ଚଳରେ ତାପମାତ୍ରା ୩୯ ରୁ ୪୦ ଡିଗ୍ରୀ ଯାଏଁ ଅନୁଭୂତ ହେବାର ସମ୍ଭାବନା ରହିଛି ।

ସୂଚନାନୁଯାୟୀ ,ତାତି ବଢ଼ିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ୩ ଦିନ ମଧ୍ୟରେ ତାପମାତ୍ରା ୮ରୁ ୧୦ ଡିଗ୍ରୀ ବୃଦ୍ଧି ସମ୍ଭାବନା ଥିବା କୁହାଯାଇଛି । ମାର୍ଚ୍ଚ ଶେଷ ବେଳକୁ ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ ଛୁଇଁପାରେ । କାଳବୈଶାଖୀ ଯୋଗୁ ଖସିଥିବା ତାପମାତ୍ରା ପୁଣି ଉପରକୁ ଉଠିବ । ଫଳରେ ରାଜ୍ୟକୁ ପୁଣି ଫେରିବ ଗ୍ରୀଷ୍ମ ପ୍ରବାହ । ଟାଣ ଖରାକୁ ଦୃଷ୍ଟିରେ ରଖି ବାହାରକୁ ବାହାରିଲା ମାତ୍ରେ ସାବଧାନତା ପାଇଁ ପରାମର୍ଶ ଦିଆଯାଇଛି । ଏଭଳି କ୍ଷେତ୍ରରେ ବାହାରକୁ ବାହାରିଲା ମାତ୍ରେ ସାବଧାନ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

Related posts

ଆସନ୍ତା ୨୨ ତାରିଖରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପନିର୍ବାଚନ

mahabharatanews

ବିଦ୍ୟାଶ୍ରୀଙ୍କ ପରିବାରକୁ ଜେରା

mahabharatanews

ବସ୍ତା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ସାମ୍ବାଦିକ ଦିବସ ଧୁମଧାମରେ ପାଳିତ

mahabharatanews