ଭାରତ

ମୁଖତାର ଅନସାରୀଙ୍କ ବିଗିଡ଼ିଲା ସ୍ବାସ୍ଥ୍ୟ ଅବସ୍ଥା  

(ଦିଲ୍ଲୀ)  : ବାହୁବଳୀ ନେତା ମୁଖତାର ଅନସାରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ତେବେ ତାଙ୍କୁ ତୁରନ୍ତ ବୃନ୍ଦା ମେଡିକାଲରେ ଭର୍ତ୍ତି କରାଯାଇଛି। ଏବେ ମେଡିକାଲ କଲେଜର ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି। ଏହାକୁ ନେଇ ମେଡିକାଲ କଲେଜରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ପୋଲିସ ଏହାକୁ ଏକ କ୍ୟାଣ୍ଟନମେଣ୍ଟରେ ପରିଣତ କରିଛି।

ସୂଚନାନୁଯାୟୀ , ମୁଖତାର ଅନସାରୀ ଗିରଫ ହୋଇ ଏବେ ଉତ୍ତରପ୍ରଦେଶର ବାନ୍ଦା ଜେଲ୍‌ରେ ବନ୍ଦୀ ଜୀବନ କାଟୁଛନ୍ତି। ମୁଖତାରଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଜିଲ୍ଲା ପ୍ରଶାସନ, ପୁଲିସ୍‌ ପ୍ରଶାସନ ତରଫରୁ କୌଣସି ସୂଚନା ଦିଆଯାଇନି। କିଛି ଦିନ ପୂର୍ବେ ମୁଖତାରଙ୍କ ସୁରକ୍ଷାରେ ଢିଲା ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଜଣେ ଜେଲ୍‌ର ଓ ଦୁଇ ଜଣ ଡେପୁଟି ଜେଲରଙ୍କୁ ସସ୍‌ପେଣ୍ଡ କରାଯାଇଥିଲା। ଏହା ପୂର୍ବରୁ ମୁଖତାର ଅଭିଯୋଗ କରିଥିଲେ କି ଜେଲ୍‌ରେ ତାଙ୍କୁ ସ୍ଲୋ ପଏଜନ ଦିଆଯାଉଛି। ଗତ ୨୧ ତାରିଖରେ ମୁଖତାର ଅନସାରୀ କୋର୍ଟରେ ହାଜର ହୋଇଥିଲେ।

Related posts

ସ୍ୱାସ୍ଥ୍ୟଜନିତ ସମସ୍ୟା ନେଇ ମେଡିକାଲରେ ଭର୍ତ୍ତି ହେଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

mahabharatanews

ପରଲୋକରେ ବିଧାୟକ ରାଜେନ୍ଦ୍ର ପାଟନୀ

mahabharatanews

CDSଙ୍କ ହେଲିକପ୍ଟର କ୍ରାସ; ଗୁରୁତର ବିପିନ ରାୱତ

mahabharatanews