ଓଡିଶା

ବାଟରେ ଛକି ବସିଥିଲା ମୃତ୍ୟୁ

ଅନୁଗୁଳ: ହାଟକୁ ଯିବା ହେଲା କାଳ । ବାଟରେ ଛକି ବସିଥିଲା ମୃତ୍ୟୁ । ଅକାଳରେ ଚାଲିଗଲା ଜୀବନ ଦୀପ । ଅନୁଗୁଳ ଜରପଡ଼ା ଥାନା ୫୫ ନମ୍ବର ଜାତୀୟ ରାଜପଥ ମରାତିରା ହାଟ ଛକଠାରେ ଘଟିଛି ଦୁର୍ଘଟଣା । ହାଟକୁ ଯିବା ବେଳେ ଜଣେ ବ୍ୟକ୍ତିଙ୍କ ଉପରେ ମାଡ଼ିଗଲା ଟ୍ରକ । ମୃତ ବ୍ୟକ୍ତି ହେଲେ ମରାତିରା ଗାଁର ଯୋଗୀ ବିଶ୍ୱାଳ ।
ଆଜି ସକାଳେ ଯୋଗୀ ବାଇକରେ ହାଟକୁ ଯାଉଥିବା ବେଳେ ମରାତିରା ହାଟ ଛକ ଠାରେ ଟ୍ରକଟି ତାଙ୍କ ଉପରେ ମାଡ଼ି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର ।

Related posts

କେନ୍ଦୁଝର ପୋଲିସର ଦକ୍ଷତା ବୃଦ୍ଧି କରିବେ ନୂତନ ଗୃହରକ୍ଷୀ ବାହିନୀର କ୍ୟାଡେଟ୍

mahabharatanews

କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀରେ ବଳୀ ବାମନ ଓ ପର୍ଶୁରାମ ବେଶରେ ଦର୍ଶନ ଦେଲେ ଜଗନ୍ନାଥ ଓ ବଳଭଦ୍ର

mahabharatanews

ପାରିବାରିକ ଅଶାନ୍ତି: ବିଷ ପିଇ ବାପ ପୁଅ ଗୁରୁତର

mahabharatanews